‘ଆତଙ୍କବାଦ ଶେଷ କରିବାକୁ ପାକିସ୍ତାନ ବିଫଳ ହେଲେ, ଆମେରିକା ହେବ ସଫଳ’

ଓ୍ଵାସିଂଟନ୍‌: ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ କହିଛି, ଯଦି ପାକିସ୍ତାନ ଆତଙ୍କବାଦୀ ସମୂହକୁ ଶେଷ କରିବାକୁ ସମର୍ଥ ହୋଇ ପାରି ନାହୁଁ, ସେହି କାମ କରିବାକୁ ଆମେରିକାକୁ ଛାଡ଼ି ଦିଆଯାଉ। ନିଜସ୍ୱ ବିକଳ୍ପ ମାଧ୍ୟମରେ ଆମେରିକା ଏହି ସମସ୍ୟାର ସମାଧାନ କରିବ ବୋଲି ଶୁକ୍ରବାର ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ଆମେରିକାର ସେକ୍ରେଟାରି ଅଫ୍‌ ଷ୍ଟେଟସ୍‌ ରେକସ୍‌ ଟେଲରସନ୍‌ ପୂର୍ବରୁ କହିଥିଲେ, ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରସ୍ତୁତ। ଆତଙ୍କବାଦୀ ଯେଉଁଠି ବି ଥାଆନ୍ତୁ ସେମାନଙ୍କୁ ଆମେରିକା ଖୋଜି ବାହାର କରିପାରିବ ବୋଲି ସେ କହିଥିଲେ। ଟେଲରସନ୍‌ଙ୍କ ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତ ଗସ୍ତ ସମାପ୍ତିର ଗୋଟିଏ ଦିନ ପରେ ବିଭାଗୀୟ ମୁଖପାତ୍ର ହାଇଟର୍‌ ନ୍ୟୁଆର୍ଟ ଏ କଥା ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

ପାକିସ୍ତାନରେ ଆତଙ୍କବାଦଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆମେ ଅନେକ ଥର ଆଲୋଚନା କରିଛୁ। ପାକିସ୍ତାନ ସୀମାରେ ଆତଙ୍କବାଦୀ ରହୁଛନ୍ତି ବୋଲି ନ୍ୟୁଆର୍ଟ କହିଛନ୍ତି।

ନିକଟରେ ବିଦେଶ ଗସ୍ତରେ ଯାଇଥିବା ଟେଲରସନ୍‌ ଜେନେଭାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ଆମେରିକା ପାଖରେ ବହୁ ତଥ୍ୟ ରହିଛି। ପାକିସ୍ତାନରେ ଆତଙ୍କବାଦୀ ଶେଷ କରିବା ପାଇଁ ଆମେରିକା ପ୍ରସ୍ତୁତ ଅଛି। ସେ କହିଛନ୍ତି, ପାକିସ୍ତାନ ପାଇଁ ଆମେ କିଛି କରିବାକୁ ଚାହୁଁଛୁ। ଆମେ କିଛି କ୍ଷତି କରିବାକୁ ଚାହୁଁ ନାହୁଁ।

ସମ୍ବନ୍ଧିତ ଖବର