‘ପଡ଼ୋଶୀ ପାକିସ୍ତାନର ଆଚରଣ ଓ ଉଚ୍ଚାରଣ ଭିନ୍ନ ଭିନ୍ନ’: ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌

ନୂଆଦିଲ୍ଲୀ: ‘ଆମେ ସୀମାନ୍ତରେ ଶାନ୍ତି ଚାହୁଁଛୁ। ହେଲେ, ବିଡ଼ମ୍ବନା ହେଲା ପଡ଼ୋଶୀ ପାକିସ୍ତାନ ଶାନ୍ତି ଚାହୁଁନାହିଁ। ବାରମ୍ବାର ଏବଂ ଉଦ୍ଦେଶ୍ୟ ମୂଳକ ଭାବେ ଯୁଦ୍ଧବିରତି ଉଲ୍ଲଂଘନ କରୁଛି ଏବଂ ଆମ ସୀମାନ୍ତବର୍ତ୍ତୀ ଅଞ୍ଚଳର ଗ୍ରାମଗୁଡ଼ିକ ଉପରେ ଗୁଳିବର୍ଷା କରି ଆମ ଧନଜୀବନକୁ ନଷ୍ଟ କରୁଛି। ଏପରିସ୍ଥିତରେ ତ ଆମେ ଆଉ ଚୁପ୍‌ ବସିବୁ ନାହିଁ। ଆମକୁ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ପାକିସ୍ତାନ ଯଦି ପ୍ରକୃତରେ ସୀମାନ୍ତରେ ଚାହୁଁଥାଏ, ତେବେ ଏଥିପାଇଁ ତାକୁ ଆଗକୁ ଆସିବାକୁ ପଡ଼ିବ ଶାନ୍ତି ପାଇଁ ଯୁଦ୍ଧବିରତି ପାଳନ କରିବାକୁ ପଡ଼ିବ।’


’କିନ୍ତୁ ପାକିସ୍ତାନର ଆଚରଣ ଗୋଟିଏ ପ୍ରକାରର ଥିବା ବେଳେ ଉଚ୍ଚାରଣ କିନ୍ତୁ ଅନ୍ୟ ପ୍ରକାରର। ଏପରିସ୍ଥିତିରେ ପଡ଼ୋଶୀ ପାକିସ୍ତାନ ଆଉ ବିଶ୍ୱାସଯୋଗ୍ୟ, ଭରାସାଯୋଗ୍ୟ ବା ନିର୍ଭରଯୋଗ୍ୟ ହୋଇ ରହିନାହିଁ। ରମଜାନ ମାସକୁ ଦୃଷ୍ଟିରେ ରଖି ଆମେ ପ୍ରଥମେ ଆମଆଡ଼ୁ ଯୁଦ୍ଧ ବିରତି ଘୋଷଣା କଲୁ। ଲୋକ ଦେଖାଣିଆ ଢ଼ଙ୍ଗରେ ଆମ ଘୋଷଣାକୁ ସ୍ୱୀକାର କଲା ପଡ଼ୋଶୀ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ବିଗତ ୧୦ ଦିନ ଧରି ସୀମାନ୍ତରେ ଅନବରତ ଗୁଳି ବର୍ଷା ଜାରି ରଖିଛି। ଆମର ଧନ ଜୀବନ ନଷ୍ଟ ହେବା ସହ ସୀମାନ୍ତ ଅଞ୍ଚଳର ଗ୍ରାମବାସୀମାନଙ୍କୁ ଘରଦ୍ୱାର ଛାଡ଼ିବାକୁ ପଡ଼ୁଛି। ତେଣୁ, ଏପରିସ୍ଥିତିରେ ଆମେ ନିରବ ରହିପାରିବୁ ନାହିଁ। ଆମେ ବି ଦେଶ ଓ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବୁ ନାହିଁ’ ବୋଲି ଗଣମାଧ୍ୟମ ସମ୍ମୁଖରେ ଅତ୍ୟନ୍ତ ସ୍ପଷ୍ଟ ଓ ଶାଣିତ କଣ୍ଠରେ କହିଛନ୍ତି ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌।

ସମ୍ବନ୍ଧିତ ଖବର