ନୂଆଦିଲ୍ଲୀ: ବିଜେପି ଦଳକୁ ହାଲୁକା ଭାବେ ନିଆଗଲେ କଂଗ୍ରେସ ମୂଳପୋଛ ହୋଇଯିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ କହିଛନ୍ତି। କଂଗ୍ରେସ ଦଳ କେବେ ବି ବିଜେପିକୁ ହାଲୁକା ଭାବେ ବିଚାର କରିବାର ବିପଦକୁ ଗ୍ରହଣ କରିବ ନାହିଁ। ପେପସିକୁ ହାଲୁକା ଭାବେ ଗ୍ରହଣ କରି କୋକ୍ ମୂଳପୋଛ ହୋଇଯାଇଥିଲା। ତେଣୁ ବିଜେପିକୁ ହାଲୁକାଭାବେ ନେଲେ କଂଗ୍ରେସକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି ଥରୁର କହିଛନ୍ତି। ତାଙ୍କ ଦ୍ବାରା ଲିଖିତ ନୂଆ ପୁସ୍ତକ ‘ଦ ବ୍ୟାଟେଲ ଅଫ୍ ବିଲଙ୍ଗିଙ୍ଗନେସ୍’ ପରିପ୍ରେକ୍ଷୀରେ ଏକ ସାକ୍ଷାତକାର ଦେଇ ଥରୁର ଏହି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ଭାରତରେ ନୀତି ଓ ବାସ୍ତବତା ଦୃଷ୍ଟିରୁ ଧର୍ମନିରପେକ୍ଷତା ବିପଦରେ ପଡ଼ିଛି ଏବଂ ଶାସକ ବିଜେପି ସମ୍ବିଧାନରୁ ଏହି ଶବ୍ଦକୁ ହଟାଇ ଦେବାକୁ ପ୍ରଚେଷ୍ଟା ମଧ୍ୟ କରିପାରେ ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ଥରୁର କହିଛନ୍ତି ‘ଘୃଣା ଶକ୍ତି’ ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ବଦଳାଇ ପାରିବେ ନାହିଁ। ଧର୍ମନିରପେକ୍ଷତା କେବଳ ଏକ ଶବ୍ଦ। ଯଦି ବି ସରକାର ଏହି ଶବ୍ଦକୁ ସମ୍ବିଧାନରୁ ହଟାଇ ଦିଅନ୍ତି ତା’ହେଲେ ମଧ୍ୟ ସମ୍ବିଧାନ ଧର୍ମନିରପେକ୍ଷ ରହିବ। କାରଣ ସମ୍ବିଧାନର ମୌଳିକ ଢାଞ୍ଚା ହିଁ ଧର୍ମ ନିରପେକ୍ଷ ବୋଲି ସେ କହିଛନ୍ତି।
ବିଜେପିକୁ ହାଲୁକା ଭାବେ ନେଲେ କଂଗ୍ରେସ ମୂଳପୋଛ ହୋଇଯିବ: ଥରୁର୍
/sambad/media/post_attachments/wp-content/uploads/2020/03/sashi-tharoor-india-today.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)