ବିରୋଧୀ ମେଣ୍ଟରେ ବିଆର୍‌ଏସ୍‌ ରହିଲେ କଂଗ୍ରେସ ସାମିଲ ହେବନି: ରାହୁଲ

ହାଇଦ୍ରାବାଦ : କଂଗ୍ରେସ ନେତା ରାହୁଲ ଗାନ୍ଧି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି। କେସିଆରଙ୍କ ଦଳ ବିଜେପିର ବି ଟିମ୍‌ ଏବଂ ଏହା ବିରୋଧ‌ୀ ମେଣ୍ଟରେ ରହିଲେ ଆମେ ସେଥିରେ ସାମିଲ ହେବୁନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ତେଲେଙ୍ଗାନାରେ ବିଆର୍‌ଏସ୍‌ ବିଜେପିର ବି ଟିମ୍‌ ସାଜିଛି ଏବଂ କେସିଆର୍‌ଙ୍କ ରିମୋଟ୍‌ କଂଟ୍ରୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରହିଛି ବୋଲି ରାହୁଲ କହିଛନ୍ତି। ଖାମାମରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି. ଆମେ କର୍ଣ୍ଣାଟକରେ ଯେଭଳି ବିଜେପିକୁ ହରାଇଲୁ, ତେଲେଙ୍ଗନାରେ ମଧ୍ୟ ବିଜେପିର ବି ଟିମ୍‌ ବିଆର୍‌ଏସ୍‌କୁ ହରାଇବୁ। ଏହି ଦଳ ଯଦି ବିରୋଧୀ ମେଣ୍ଟରେ ସାମିଲ ହେବ ତା’ହେଲେ କଂଗ୍ରେସ ସେହି ମେଣ୍ଟରେ ରହିବ ନାହିଁ ବୋଲି ରାହୁଲ କହିଛନ୍ତି। ପୂର୍ବରୁ ପାଟନାରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକ ପୂର୍ବରୁ ମଧ୍ୟ ଆମେ ଏହା ସ୍ପଷ୍ଟ କରିଥିଲୁ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର