ଅର୍ଡର ବାତିଲ କଲେ ସରକାର ଟଙ୍କାଟିଏ ବି ହରାଇବେନି

ନୂଆଦିଲ୍ଲୀ : ରୢାପିଡ୍‌ ଏଣ୍ଟିବଡି ଟେଷ୍ଟ୍‌ କିଟ୍‌ ମୂଲ୍ୟ ପ୍ରସଙ୍ଗକୁ ନେଇ ବିବାଦ ‌ହୋଇଥିବାବେଳେ କେନ୍ଦ୍ର ସରକାର ଆଜି ଏ ବାବଦ ସମସ୍ତ ଅର୍ଡର ବାତିଲ କରିଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଚୀନ୍‌ର ରୢାପିଡ୍‌ ଏଣ୍ଟିବଡି ଟେଷ୍ଟ୍‌ କିଟ୍‌ ଯୋଗାଣ କ୍ଷେତ୍ରରେ ଆଇସିଏମ୍‌ଆର କୌଣସି ‌ଦେୟ ‌ପୈଠ କରିନି। ‌ତେବେ ଚୀନ୍‌ର ଦୁଇଟି ଫାର୍ମଠାରୁ ରୢାପିଡ୍‌ ଏଣ୍ଟିବଡି ଟେଷ୍ଟ କିଟ୍‌ ବାତିଲ କରିବା ନେଇ ସରକାର ଗୋଟିଏ ବି ଟଙ୍କା ହରାଇବେନି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୦୦ ପ୍ରତିଶତ ଆଡଭାନ୍ସ ପରିମାଣ ସହ ଟେଷ୍ଟ୍‌ କିଟ୍‌ କ୍ରୟ କରାଯାଇନଥିବାରୁ ସରକାର ଗୋଟିଏ ବି ଟଙ୍କା ହରାଇବେନି ବୋଲି କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ବିଶ୍ବବ୍ୟାପୀ ଏବେ ରୢାପିଡ୍‌ ଟେଷ୍ଟ୍‌ କିଟ୍‌ କ୍ରୟ କରାଯାଉଛି ଏବଂ ଆଇସିଏମ୍‌ଆର୍‌ ଯେଉଁ ମାପଦଣ୍ଡ ଧାର୍ଯ୍ୟ କରିଛି ସେହି ଆଧାରରେ ହିଁ ସରକାର ପଦକ୍ଷେପ ନେଉଛନ୍ତି। ଏ ଦିଗରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର