ନୂଆଦିଲ୍ଲୀ : ନୂଆ‌ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନମାନେ ଅଟଳ ରହିଛନ୍ତି। ସରକାର ଆଗାମୀ ୪ ତାରିଖରେ ହେବାକୁ ଥିବା ଆଲୋଚନାରେ ଚାଷୀଙ୍କ ସପକ୍ଷରେ ଯଦି ନିଷ୍ପତ୍ତି ନ ନିଅନ୍ତି ତେବେ ଆନ୍ଦୋଳନ ଅଧିକ ବ୍ୟାପକ ହେବ ଏବଂ ଅତି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି। ସିଂଘୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଚାଷୀନେତାମାନେ କହିଛନ୍ତି, ସେମାନଙ୍କ ମୁଖ୍ୟ ଦାବି ପୂରଣ ନହେଲେ ସେମାନେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବେ ଏବଂ ଏଥିପାଇଁ ସରକାର ଦାୟୀ ରହିବେ।