ପୁଣେ: କରୋନା ଭାଇରସ୍‌ ପାଇଁ ଔଷଧ ତିଆରି କରିବାକୁ ବିଶ୍ବର ବଡ଼ ବଡ଼ କମ୍ପାନି ଲାଗି ପଡ଼ିଥିବା ବେଳେ ଏହି ‌ଦୌଡ଼ରେ ସାମିଲ୍‌ ହୋଇଛି ପୁଣେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)। ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଉଥିବା ଡାକ୍ତରୀ ପରୀକ୍ଷଣ ଯଦି ସଫଳ ହୁଏ ତେବେ କୋଭିଡ୍‌-୧୯ ପାଇଁ ୧୦୦୦ ଟଙ୍କାରେ ଔଷଧ ଉପଲବ୍ଧ ହେବ ବୋଲି କମ୍ପାନିର ସିଇଓ ଅଦର ପୁନାୱାଲା କହିଛନ୍ତି।

Advertisment

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ଏହି ସଂସ୍ଥାକୁ ୧୯୬୬ ମସିହାରେ ସାଇରସ୍‌ ପୁନାୱାଲା ପ୍ରତିଷ୍ଠା କରିଥିଲେ। ଅଦର ପୁନାୱାଲା ହେଉଛନ୍ତି ତାଙ୍କ ପୁଅ। ସେ ନିକଟରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘ଏହି ଟୀକା ତିଆରି ପାଇଁ ତାଙ୍କୁ ବଡ଼ ଧରଣର ରିସ୍କ ନେବାକୁ ପଡୁଛି। ଯଦି ତାଙ୍କ ଡାକ୍ତରୀ ପରୀକ୍ଷଣ ସଫଳ ହୁଏ ତେବେ ସେ ମାତ୍ର ୧ ହଜାର ଟଙ୍କାରେ କରୋନା ଭାଇରସ୍‌ ପାଇଁ ‌ଟୀକା ଉପଲବ୍ଧ କରାଇବେ।

ସେ ସାକ୍ଷାତ୍‌କାରରେ ଆହୁରି ବି କହିଛନ୍ତି ଯେ,‘ ଇଂଲଣ୍ଡରେ ଡାକ୍ତରୀ ପରୀକ୍ଷଣ ହୋଇସାରିଛି। ଆମେ ଟୀକା ପ୍ରସ୍ତୁତି ଆରମ୍ଭ କରି ଦେଇଛୁ। ଯଦି ପରୀକ୍ଷଣ ସଫଳ ହୁଏ ତେବେ ସେ‌ପ୍ଟେମ୍ବର, ଅକ୍ଟୋବର ସୁଦ୍ଧା ଏହି ଟୀକା ବଜାରକୁ ଆସିବ। ଏପରି ଟୀକା ପ୍ରସ୍ତୁତ କରିବାରେ ଆମେ ହେବୁ ପ୍ରଥମ।’