ଯେଉଁମାନେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ, ୨୦୧୯ ଲୋକସଭା ନିର୍ବାଚନ ପରେ ସେମାନେ ପଦରୁ ହଟାଇ ମଧ୍ୟ ଦେବେ : ମାୟାବତୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଟାକ୍ଷ କରି ଆସୁଥିବା ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ଏବେ ପୁଣି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ଟୁଇଟ୍‌ କରି ସେ ମୋଦୀଙ୍କୁ ସମାଲୋଚନା କରିବା ସହ ମୋଦୀଙ୍କ ଉପରେ ଉତ୍ତରପ୍ରଦେଶବାସୀଙ୍କୁ ବୋକା ବନାଇବା ଏବଂ ସେମାନଙ୍କ ଭରସା ଭାଙ୍ଗିବାର ଆରୋପ ଲଗାଇଛନ୍ତି ।

ଟୁଇଟ୍‌ କରି, ଉତ୍ତରପ୍ରଦେଶରେ ମୋଦୀ ବୁଲି ବୁଲି ଉତ୍ତରପ୍ରଦେଶବାସୀ ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିବା କଥା କହି ବୁଲୁଛନ୍ତି । ଯାହା ସଂପୂର୍ଣ୍ଣ ସତ । କିନ୍ତୁ ମୋଦୀ କ’ଣ ପାଇଁ ଉତ୍ତରପ୍ରଦେଶର ୨୨କୋଟି ଜନତାଙ୍କ ସହ ବିଶ୍ୱାସଘାତକତା କଲେ? ଉତ୍ତରପ୍ରଦେଶ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ କରି ପାରିବ, ତାଙ୍କୁ ସେ ପଦରୁ ହଟାଇ ମଧ୍ୟ ପାରିବ । ଯାହାର ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି ବୋଲି ଲେଖିଥିଲେ ମାୟାବତୀ ।

ସମ୍ବନ୍ଧିତ ଖବର