ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଗୁଜରାଟରେ ରୢାଲି କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାବଣ କହିଛନ୍ତି। ଅହମଦାବାଦରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଖଡ଼‌ଗେ କହିଛନ୍ତି, ଆମେ ଆପଣଙ୍କର (ମୋଦୀଙ୍କ) ମୁହଁ କର୍ପୋରେସନ୍‌ ନିର୍ବାଚନ, ବିଧାନସଭା ନିର୍ବାଚନ ଏବଂ ସାଂସଦ ନିର୍ବାଚନ ସବୁଠି ଦେଖୁଛୁ। ଆପଣଙ୍କର କ’ଣ ରାବଣଙ୍କ ପରି ୧୦୦ଟି ମୁଣ୍ଡ ଅଛି ? ଖଡ଼‌ଗେ କହିଛନ୍ତି, ମ୍ୟୁନିପାଲିଟି ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ ସବୁଥିରେ ମୋଦୀଙ୍କ ନାମ‌ରେ ଭୋଟ୍‌ ମଗାଯାଉଛି। ତେବେ ଆବଶ୍ୟକ ସମୟରେ କ’ଣ ମୋଦୀ ଆସି ସହଯୋଗ କରୁଛନ୍ତି ନା’ ମ୍ୟୁନିସପାଲିଟିରେ ଆସି ମୋଦୀ କାମ କରୁଛନ୍ତି।

Advertisment

ଖଡ଼ଗେ କହିଛନ୍ତି ପ୍ରାର୍ଥୀଙ୍କ ନାମରେ ବିଜେପି ‌େଭୋଟ୍‌ ମାଗିବା ଉଚିତ। ଖଡ଼ଗେ କହିଛନ୍ତି, ଗୁଜରାଟ‌ରେ ବିଜେପି ଜିତିବ ବୋଲି ଯଦି ବିଶ୍ବାସ ଅଛି ତେବେ ଦିଲ୍ଲୀରେ କେନ୍ଦ୍ର ସରକାର ପାଇଁ କାମ କରୁଥିବା ମୋଦୀଜୀଙ୍କୁ ଗୁଜରାଟ ଆସିବାକୁ ପଡ଼ନ୍ତା ନାହିଁ। ମୋଦୀ ଗୁଜରାଟର ପ୍ରତି ୱାର୍ଡ ଯାଉଛନ୍ତି। ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୪-୫ ଜଣ ମୁଖ୍ୟମନ୍ତ୍ରୀ ଏବଂ ୪୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଗୁଜରାଟlରେ ପ୍ରଚାର କରୁଛନ୍ତି। କାରଣ ସେମାନେ ଜାଣି ସାରିଛନ୍ତି ଯେ ଲୋକମାନେ ସେମାନଙ୍କୁ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ, ଖଡ଼‌ଗେଙ୍କ ରାବଣ ଟିପ୍ପଣୀକୁ ବିଜେପି କଡ଼ା ବିରୋଧ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ କହିବା ନିନ୍ଦନୀୟ। ଜଣେ ପ୍ରଧାନମନ୍ତ୍ରୀ ଏବଂ ଗୁଜରାଟର ସନ୍ତାନଙ୍କ ପାଇଁ ଏଭଳି ଭାଷା ବ୍ୟବହାର କରିବା ଆଦୌ ଠିକ୍‌ ହୋଇନି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ନୁହେଁ, ବରଂ ଏହା ପ୍ରତି ଗୁଜରାଟୀଙ୍କ ପ୍ରତି ଏକ ଅପମାନ। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, କଂଗ୍ରେସ ନେତା ତାଙ୍କ ଶବ୍ଦ ଉପରୁ ନିୟନ୍ତ୍ରଣ ହରାଇଛନ୍ତି।