ଲିଫ୍ଟ ଦେଲେ ଦେବାକୁ ପଡିପାରେ ଜରିମାନା ଓ ଯାଇପାରନ୍ତି ଜେଲ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଲିଫ୍ଟ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ | କାରଣ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ | ଆପଣ ଜରିମାନା ଦେବା ସହ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ | ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୬୬ ଅନୁସାରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ଆଇନ ବିରୁଦ୍ଧ |

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତି ତେବେ ଆପଣ ବ୍ୟକ୍ତିଗତ ଗାଡିକୁ କମର୍ସିୟାଲ ବ୍ୟବହାର କରୁଥିବାର ଧରାଯିବ | ଏହା ଦ୍ୱାରା ଆପଣ ଜରିମାନା ଦେବା ସାଙ୍ଗକୁ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି | ଆପଣଙ୍କୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ |

ଯଦି ପ୍ରଥମ ଥରର ଏହି ଭୁଲକୁ ଆପଣ ନ ସୁଧାରନ୍ତି ଓ ଦ୍ଵିତୀୟ ଥର ଧରାପଡନ୍ତି ତେବେ ୧୦ ହଜାର ଟଙ୍କାର ଜରିମାନା ସହ ୩ମାସ ରୁ ବର୍ଷେ ଯାଏଁ ଆପଣଙ୍କୁ ଜେଲ ଯିବାକୁ ପଡିପାରେ | କିନ୍ତୁ ଦୁର୍ଘଟଣାରେ କୌଣସି ଆହତ ବ୍ୟକ୍ତିଙ୍କୁ ଯଦି ଆପଣ ମେଡିକାଲ ନେଉଥାନ୍ତି ତେବେ ଏହି ଆଇନ ଅଧୀନରେ ତାହା ଆସିବା ନାହିଁ | ନିକଟରେ ମୁମ୍ବାଇର ଜଣେ ଯୁବକଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି |

ସମ୍ବନ୍ଧିତ ଖବର