ୟୁପି: ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି, ରିହାତି ମିଳିବନି

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଏକ ନୂଆ ଚିଠା ବିଲ୍‌ ଆଣିଛନ୍ତି। ଚିଠା ବିଲ୍‌ରେ ଥିବା ଏକ ବ୍ୟବସ୍ଥା ଅନୁଯାୟୀ ଦୁଇରୁ ଅଧିକ ସନ୍ତାନ ଥିଲେ ବିଭିନ୍ନ ସରକାରୀ ସୁବିଧାସୁଯୋଗ ପାଇପାରିବେ ନାହିଁ। ସେମାନେ ସରକାରୀ ଚାକିରି ପାଇଁ ଆବେଦନ ବି କରିପାରିବେ ନାହିଁ। ଏପରିକି ସ୍ଥାନୀୟ ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ।

ନୂଆ ପ୍ରସ୍ତାବ ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀଙ୍କର ୨ ସନ୍ତାନ ଥିବେ ସେମାନଙ୍କ ଚାକିରି କାଳରେ ୨ ଥର ଅତିରିକ୍ତ ଦରମା ବୃଦ୍ଧି ହେବ ଏବଂ ଜାତୀୟ ପେନସନ୍‌ ଯୋଜନା ଅଧୀନରେ ଇପିଏଫ୍‌ରେ ୩ ପ୍ରତିଶତ ବୃଦ୍ଧି ହେବ। ଘର କିମ୍ବା ଜାଗା କିଣିବାରେ ସବ୍‌ସିଡି ସୁବିଧା ମିଳିପାରିବ। ଯେଉଁମାନେ ସରକାରୀ କର୍ମଚାରୀ ହୋଇନଥିବ‌େ, କିନ୍ତୁ ୨ ସନ୍ତାନ ନୀତି ପାଳନ କରିଥିବେ ସେମାନଙ୍କୁ ପାଣି ଏବଂ ବିଜୁଳି ବିଲ୍‌ରେ ରିହାତି, ଗୃହ ଖଜଣା , ଗୃହ ଋଣ ଆଦି କ୍ଷେତ୍ରରେ ରିହାତି ରହିଛି। ଅନ୍ୟପ‌କ୍ଷେ ୨ ସନ୍ତାନ ନୀତିକୁ ଉଲ୍ଳଂଘନ କଲେ କୌଣସି ସରକାରୀ ସୁବିଧାସୁଯୋଗ ମିଳିବନି। ପରିବାରରେ ୪ ଜଣଙ୍କ ପାଇଁ ରାସନ କାର୍ଡ‌୍ ସୁବିଧା ସୀମିତ ରହିବ।

ସମ୍ବନ୍ଧିତ ଖବର