ଅଭିନବ ଉପାୟ : ଏବେ ଏଠାରେ ବନ୍ଧୁକର ଲାଇସେନ୍ସ ନେବା ପାଇଁ ହେଲେ ୧୦ଟି ଗଛ ଲଗାଇବା ସହ ଦେଖାଶୁଣା କରିବାକୁ ହେବ
ନୂଆଦିଲ୍ଲୀ : ଗଛ ସଂଖ୍ୟା ଧିରେ ଧିରେ କମୁ ଥିବା ଦେଖି ମଧ୍ୟପ୍ରଦେଶ ଗ୍ଵାଲିୟରର ଜିଲ୍ଲା ଅଧିକାରୀ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଏବେ ଠାରୁ ଯିଏ ବନ୍ଧୁକର ଲାଇସେନ୍ସ ପାଇଁ ଆବେଦନ କରିବ, ତାକୁ ପ୍ରଥମେ ୧୦ଟି ଗଛ ଲଗାଇବାକୁ ହେବ । ଏହା ସହ ଯଥେଷ୍ଟ ଯତ୍ନ ମଧ୍ୟ ନେବାକୁ ହେବ । ଏଭଳି ନିୟମ ଲାଗୁ କରାଯାଇଥିବା ଅଞ୍ଚଳରେ ଲୋକମାନେ ନିଜ ଷ୍ଟାଟସ ଦେଖାଇବା ପାଇଁ ପାଖରେ ବନ୍ଧୁକ ରଖିଥାନ୍ତି, ଯାହାକୁ ଆଖି ଆଗରେ ରଖି ଏଭଳି ନିୟମ ତିଆରି କରିଛନ୍ତି ଜିଲ୍ଲା ଅଧିକାରୀ । ଏହା ଦ୍ୱାରା ଜିଲ୍ଲାରେ ଗଛ ସଂଖ୍ୟା ଅଧିକ ବଢ଼ି ପାରିବ ବୋଲି ସେ ଆଶା ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ଅଧିକାରୀ ଅନୁରାଗ ଚୌଧୁରୀଙ୍କ କହିବା ଅନୁଯାୟୀ, ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ୧୦ଟି ଗଛ ଲଗାଇବାକୁ କହିବା ସହ ମାସେ ପର୍ଯ୍ୟନ୍ତ ଦେଖାଶୁଣା କରିବାକୁ କୁହାଯାଇଛି । ଯେଉଁ ଲୋକମାନଙ୍କ ଘର ପାଖରେ ଗଛ ଲଗାଇବାର ସୁବିଧା ନାହିଁ, ସେମାନଙ୍କ ପାଇଁ ପ୍ରଶାସନ ସ୍ଥାନ ଚିହ୍ନଟ କରିଛନ୍ତି । ସେଠାକୁ ଯାଇ ଆବେଦନକାରୀ ଗଛ ଲଗାଇବା ସହ ପ୍ରତିଦିନ ଆସି ଦେଖାଶୁଣା କରିବାକୁ ହେବ ।