ନୂଆଦିଲ୍ଲୀ: "ଶାନ୍ତି ଚାହୁଁଥିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ।" ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ ଚୌହ୍ବାନ୍। ଏଭଳି କହି ସେ ଚୀନ୍ ଏବଂ ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଥିବା କୁହାଯାଉଛି। ଶତ୍ରୁକୁ ଚେତାଇବା ସହ ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ସର୍ବଦା ଶାନ୍ତିର ସମର୍ଥକ ରହିଆସିଛି। କିନ୍ତୁ ଶକ୍ତି ବିନା ଶାନ୍ତି କେବଳ ଏକ କଳ୍ପନା ଭଳି।
ଜେନେରାଲ ଚୌହ୍ବାନ୍ ଆଗାମୀ ସମୟରେ ଅପରେସନ୍ ସିନ୍ଦୂର ଏବଂ ଭାରତର ନୂତନ ପ୍ରତିରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର ବିଷୟରେ ମଧ୍ୟ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆଧୁନିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ କେବଳ ଶାନ୍ତି ବଜାୟ ରଖିବାର ଇଚ୍ଛା ଯଥେଷ୍ଟ ନୁହେଁ, ବରଂ ଏହା ସହିତ ରଣନୈତିକ ଶକ୍ତି ଏବଂ ପ୍ରସ୍ତୁତି ମଧ୍ୟ ଆବଶ୍ୟକ। ସୁଦର୍ଶନ ଚକ୍ର କେବଳ ଦେଶର ସାମରିକ ଏବଂ ବେସାମରିକ ସ୍ଥାନଗୁଡ଼ିକୁ ସୁରକ୍ଷା ଦେବ ନାହିଁ, ବରଂ ଏହା ଭାରତର ପ୍ରତିରକ୍ଷା ରଣନୀତିରେ ଏକ ନୂତନ ଦିଗ ସ୍ଥିର କରିବ।
VIDEO | Chief of Defence Staff Gen. Anil Chauhan, addressing “Ran Samvad-2025”, says: “Sudarshan Chakra is set to be India’s own ‘golden dome’. The aim is to develop it as a system to protect India’s strategic, civilian and nationally important sites; it will act as both a… pic.twitter.com/br5RKbA98O
— Press Trust of India (@PTI_News) August 26, 2025
ଆର୍ମି ୱାର କଲେଜରେ ଦୁଇ ଦିନିଆ 'ରଣ ସମ୍ବାଦ' ସମ୍ମିଳନୀକୁ ସମ୍ବୋଧିତ କରି ସିଡିଏସ୍ ଚୌହ୍ବାନ୍ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଆସିଛି। କିନ୍ତୁ ଶକ୍ତି ବିନା ଶାନ୍ତି କେବଳ ଏକ ଭ୍ରମ। ଭାରତ ଏକ ଶାନ୍ତିପ୍ରିୟ ରାଷ୍ଟ୍ର। କିନ୍ତୁ ଆମକୁ କୌଣସି ପରିସ୍ଥିତିରେ ଶାନ୍ତିବାଦୀ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ। ଶାନ୍ତି ବଜାୟ ରଖିବା ପାଇଁ ଶକ୍ତି ଆବଶ୍ୟକ। ଲାଟିନ୍ ଭାଷାରେ ଏକ ଲୋକ କଥା ଅଛି ଯେ, 'ଯଦି ତୁମେ ଶାନ୍ତି ଚାହୁଁଛ, ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ।'