ନୂଆଦିଲ୍ଲୀ: ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଭାଇ-ଭଉଣୀମାନେ ପବିତ୍ର ରମଜାନ୍ ମାସ ପାଳନ କରୁଥିବା ବେଳେ କେରଳର ଏକ ମନ୍ଦିରରେ ଅଭିନବ ଶୈଳୀରେ ଏହି ପର୍ବକୁ ପାଳନ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଇଫତାର୍ ପାର୍ଟି ଆୟୋଜନ ପାଇଁ ଏକ ମନ୍ଦିରକୁ ବଛାଯାଇଛି। ଏଠାରେ ଶହ ଶହ ମୁସଲମାନ ଭାଇ ଭଉଣୀମାନେ ଇଫ୍ତାର ପାର୍ଟିରେ ଭାଗ ନେଇଥିଲେ। ମନ୍ଦିର ପରିଚାଳନା କମିଟି ଗତ ବର୍ଷ ମଧ୍ୟ ଏହି ମନ୍ଦିରରେ ଇଫତାର୍ ପାର୍ଟିର ଆୟୋଜନ କରିଥିଲା। ଗତ ବର୍ଷ ୫୦୦ ଲୋକ ଭାଗ ନେଇଥିବା ବେଳେ ଏଥର ୨୦୦ ଲୋକ ଅଧିକ ଭାଗ ନେଇଛନ୍ତି। ଗତ ବର୍ଷର ଆୟୋଜନର ସଫଳତାକୁ ନେଇ ଚଳିତ ଥର ମଧ୍ୟ ମନ୍ଦିର ପରିଚାଳନା ସମିତି ୨ୟ ଥର ଆୟୋଜନ କରିଛି।
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏହି ଦେଶରେ ସବୁ ଧର୍ମକୁ ସମ୍ମାନ ଦିଆଯାଇଥାଏ। ଏହି ଦେଶରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଉଥିବାରୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭାଗ ନେଇଥାଆନ୍ତି। ଏହା ଦ୍ୱାରା ସାଂପ୍ରଦାୟିକ ମତଭେଦ ଦୂର ହୋଇଥାଏ। ବର୍ତ୍ତମାନ ରମଜାନ୍ ମାସ ଚାଲିଥିବାରୁ କେରଳର ମଲପୁରମ୍ସ୍ଥିତ ଏକ ମନ୍ଦିରରେ ଇଫତାର୍ ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ୭୦୦ ଜଣ ମୁସଲମାନଙ୍କ ପାଇଁ ଶୁଦ୍ଧ ଶାକାହାରୀ ଭୋଜନ ପ୍ରସ୍ତୁତ କରାଯାଇଛି।
/sambad/media/post_attachments/wp-content/uploads/2018/05/5pix8.jpg)
କୋଟ୍ଟାକଳସ୍ଥିତ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ମୁସଲମାନ୍ ସଂପ୍ରଦାୟଙ୍କ ପାଇଁ ଭେଜ୍ ବିରିଆନି ବ୍ୟବସ୍ଥା କରାଯାଇଛି। ଏଥି ସହିତ ଫଳ, ଜୁସ ଓ ପିଇବା ପାଇଁ ଅନ୍ୟ ପାନୀୟ ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲକ୍ଷ୍ମୀ ନରସିଂହ ମୂର୍ତ୍ତି ବିଷ୍ଣୁ ମନ୍ଦିରରେ ଗୁରୁବାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ଏହି ଉପଲକ୍ଷେ ଇଫ୍ତାର୍ ପାର୍ଟିର ଆୟୋଜନ କରାଯାଇଛି। ଏଥି ପାଇଁ ମନ୍ଦିର ପରିଚାଳନା କମିଟି ସ୍ୱତନ୍ତ୍ର ଆୟୋଜନ କରିଛି। ପରିଚାଳନା କମିଟିର ସମ୍ପାଦକ ମନୋହର ନାୟାର କହିଛନ୍ତି, ଇଫ୍ତାର୍ ପାର୍ଟି ଶାନ୍ତି ପ୍ରତିଷ୍ଠା ଓ ସଦ୍ଭାବନା ପାଇଁ ଆୟୋଜନ କରାଯାଇଛି। ନାୟାର କହିଛନ୍ତି, ଇଫ୍ତାର୍ ପାର୍ଟିରେ ସ୍ଥାନୀୟ ଲୋକେ ସହଯୋଗର ହାତ ବଢ଼ାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/ramzan-ma1.jpg)