ଘନ ଚକ୍କର ବିମାନ ! ଯାଇପାରିଲା ନାହିଁ ପାଟନା, ଦିଲ୍ଲୀରୁ ଉଡି ଦିଲ୍ଲୀରେ ହିଁ ଓହ୍ଲାଇଲା

ପାଟନା: ବିମାନରେ ଉଡିବାର ମଜା ସମସ୍ତେ ନେବାକୁ ଚାହାନ୍ତି। ତେବେ ଆପଣ ଯେଉଁଠାରୁ ଉଡାଣ ଆରମ୍ଭ କରୁଛନ୍ତି ବିମାନ ଯଦି ବୁଲାଇ ବୁଲାଇ ନେଇ ସେହି ସ୍ଥାନରେ ହିଁ ଛାଡି କରି ଦିଏ ତେବେ କିପରି ରହିବ ଆପଣ ଅନୁଭବ ଭାବନ୍ତୁ ତ?

ଜେଟ ଏୟାରେଓ୍ଵଜ ବିମାନ ୯ଡବ୍ଲୁ ୭୩୦ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସହିତ ଏପରି ଏକ ଘଟଣା ଘଟିଛି। ଯେଉଁମାନେ କି ଦିଲ୍ଲୀ ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଜେଟ ଏୟାରେଓ୍ଵଜ ବିମାନ ୯ଡବ୍ଲୁ ୭୩୦ରେ ଉଡାଣ ଆରମ୍ଭ କରିବା ପରେ ବୁଲିବୁଲି ପୁଣିଥରେ ଦିଲ୍ଲୀରେ ହିଁ ପହଞ୍ଚି ଯାଇଥିଲେ।

ଜେଟ ଏୟାରେଓ୍ଵଜ ବିମାନ ୯ଡବ୍ଲୁ ୭୩୦ ବିମାନଟି ଦିଲ୍ଲୀରୁ ପାଟନା ଯିବାର ଥିଲା, ଟ୍ୟାକ୍ସି-େଓ୍ଵରେ ସ୍ଥାନ ନଥିବାରୁ ବିମାନର ଗତିକୁ ବାରାଣାସୀକୁ ପରିବର୍ତ୍ତନ କରାଯାଇଥିଲା। ପରେ ବିମାନ ଦିଲ୍ଲୀକୁ ଫେରି ଆସିଥିଲା, ଏହି ଘଟଣା ପରେ ବିମାନ ବନ୍ଦରରେ ଯାତ୍ରୀମାନେ ହଙ୍ଗାମା ସୃଷ୍ଟି କରି ଦେଇଥିଲେ।

ଜେଟ ଏୟାରେଓ୍ଵଜର ଦିଲ୍ଲୀ-ପାଟନା ବିମାନ ୯ଡବ୍ଲ୍ୟୁ ୭୩୦ ବିହାରର ରାଜଧାନୀ ପାଟନ ଯିବା ପାଇଁ ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦର ଉଡାଣ ଆରମ୍ଭ କରିଥିଲା। ବିମାନକୁ ପାଟନା ବିମାନ ବନ୍ଦରରେ ଟ୍ୟାକ୍ସି-େଓ୍ଵରେ ସ୍ଥାନ ନମିଳିବାରୁ ଅବତରଣ କରିବାର ଅନୁମତି ମିଳି ନଥିଲା। ଟ୍ୟାକ୍ସି-େଓ୍ଵ ସେହି ସ୍ଥାନ ଯେଉଁଠାରେ ବିମାନ ଛିଡା ହୋଇଥାଏ। ଏହିଠାରୁ ବିମାନକୁ ବାରାଣାସୀ ଡାଇଭର୍ଟ କରିବାକୁ ପଡ଼ିଥିଲା, ଏହାପରେ ବିମାନଟିକୁ ଦିଲ୍ଲୀ ଅଭିମୁଖେ ପୁଣି ଥରେ ଯାତ୍ରା ଆରମ୍ଭ କରିବାକୁ ପଡ଼ିଥିଲା।

 

ସମ୍ବନ୍ଧିତ ଖବର