ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବିଶ୍ୱର ୧ ନମ୍ବର ବିମାନ ବନ୍ଦର

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱର ଏକ ନମ୍ବର ବିମାନ ବନ୍ଦର ଭାବେ ମାନ୍ୟତା ମିଳିଛି। ବିଶ୍ୱର ବିଭିନ୍ନ ବିମାନ ବନ୍ଦରମାନଙ୍କରେ ରହିଥିବା ସୁବିଧା ସୁଯୋଗ ଓ ଯାତ୍ରୀ ସ୍ୱାଚ୍ଛନ୍ଦ୍ୟ ପ୍ରଭୃତି ୩୪ଟି ମାନକକୁ ବ୍ୟାପକ ଭାବେ ଅନୁଧ୍ୟାନ କରି ଏହି ତାଲିକା ପ୍ରସ୍ତୁତ କରୁଥିବା ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ୨୦୧୭ ବର୍ଷ ପାଇଁ ପ୍ରକାଶ କରିଥିବା ତାଲିକାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱର ଏକ ନମ୍ବର ବିମାନ ବନ୍ଦର ଭାବେ ସ୍ଥାନିତ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନଯାୟୀ ବିମାନ ବନ୍ଦରରେ ସେବାର ମାନ, ଏୟାରପୋର୍ଟ ସର୍ଭିସ କ୍ୱାଲିଟି (ଏଏସକ୍ୟୁ) ଅନୁଯାୟୀ ଦିଲ୍ଲୀ ବିମାନ ବନ୍ଦର ଏକ ନମ୍ବର ସ୍ଥାନରେ ରହିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୬ରେ ଏହି ତାଲିକାରେ ଦକ୍ଷିଣ କୋରିଆ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର। ୨୦୧୭ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୬୩.୫ ମିଲିୟନ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଏସିଆର ସପ୍ତମ ବ୍ୟସ୍ତବହୁଳ ବିମାନ ବନ୍ଦରର ମାନ୍ୟତା ପାଇବା ସହ ବିଶ୍ୱର ୨୦ଟି ବ୍ୟସ୍ତବହୁଳ ବିମାନ ବନ୍ଦର ମଧ୍ୟରୁ ଅନ୍ୟତମ ବୋଲି ମଧ୍ୟ ଜାଣିବାକୁ ମିଳିଛି। ବିଶ୍ୱର ୧୦୦ଟି ବୃହତ୍ତମ ଓ ବ୍ୟସ୍ତବହୁଳ ବିମାନ ବନ୍ଦରର ତୁଳନାତ୍ମକ ସମୀକ୍ଷା କଲାପରେ ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର