ଦିଲ୍ଲୀରେ ହାଇ ଆଲର୍ଟ: ୩ଦିନ ଭିତରେ ବିମାନବନ୍ଦରରେ ବୋମା ଖଞ୍ଜିବାକୁ ଯୋଜନା କରୁଛି ଅଲ କାଏଦା

ନୂଆଦିଲ୍ଲୀ: ଦିଲ୍ଲୀରେ ହାଇ ଆଲର୍ଟ | ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରକୁ ଶନିବାର ଦିନ  ଏକ ଧମକପୂର୍ଣ୍ଣ  ଇମେଲ ଆସିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଇ-ମେଲରେ ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି କୁହାଯାଇଛି। ଆଇଜିଆଇ ପୁଲିସ ଷ୍ଟେସନ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଶୀର୍ଷ ଆତଙ୍କବାଦୀ ଯୋଜନା କରୁଥିବା ନେଇ ବିମାନବନ୍ଦର ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟରକୁ ଚେତାବନୀ ଦେଇଛି।

Indira Gandhi International Airport Terminal 3, New Delhi
Airport Technology

 

ଆଗାମୀ ୩ଦିନ ମଧ୍ୟରେ ଅଲ କାଏଦାର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ସତର୍କ ସୂଚନା ଦିଆଯାଇଛି | ଆଇଜିଆଇ ପୁଲିସ ଷ୍ଟେସନ ଏୟାରଲାଇନ୍ସ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର (ଏଓସିସି) କୁ ସୂଚନା ଦେଇଛି ଯେ, କୁଖ୍ୟାତ ଆତଙ୍କବାଦୀ କରଣବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ତା’ର ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ୩ ଦିନ ମଧ୍ୟରେ ଆଇଜିଆଇ ଉପରେ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି | ଏହାକୁ ଆଖି ଆଗରେ ରଖି ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

ସମ୍ବନ୍ଧିତ ଖବର