ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଥିଲେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ। ରିୟାଙ୍କ ବିରୋଧରେ ବୟାନ ଦେବା ସହ ମୁମ୍ବାଇ ପୁଲିସ କିଭଳି ତଦନ୍ତ ଠିକ୍ ଭାବରେ କରୁନାହିଁ ତାହା ସେ ଖୋଲାଖୋଲି ପ୍ରକାଶ କରିଥିଲେ। କିଛି ଦିନ ପରେ ଏବେ ସେ ପୁଣି ଚର୍ଚ୍ଚାରେ। ଡିଜିପି ପାଣ୍ଡେ  ସ୍ବେଚ୍ଛାକୃତ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିହାରରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଗତକାଲି ବିହାର ଡିଜିପି ସ୍ବେଚ୍ଛାକୃତ ଅବସର ନେଇଥିଲେ।

Advertisment

Sushant Singh Rajput case fame Bihar DGP Gupteshwar Pandey reveals reasons behind his voluntary retirement zeenews

ଏଭଳି ପରିସ୍ଥିତିରେ ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେ ଏନଡିଏ ପ୍ରାର୍ଥୀ ଭାବରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି  ଆଲୋଚନା  ହେଉଥିବା ବେଳେ ଏ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନାହିଁ ଏବଂ ମୁଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ସମାଜ ସେବା ମୁଁ ରାଜନୀତିରେ ପ୍ରବେଶ ନ କରି ମଧ୍ୟ କରିପାରିବି। କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁ ମାମଲା ପାଇଁ ମୁଁ ସ୍ବେଚ୍ଛାକୃତ ଅବସର ନେଉଥିବା କଥା ଚର୍ଚ୍ଚା କରୁଛନ୍ତି। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ମୋର ସ୍ବେଚ୍ଛାକୃତ ଅବସରର କୌଣସି ସଂପର୍କ ନାହିଁ।

बिहार के पूर्व डीजीपी गुप्तेश्वर पांडेय aajtak

ତେବେ ଏହା ପ୍ରଥମ ନୁହେଁ ଗୁପ୍ତେଶ୍ୱର ପାଣ୍ଡେ ୧୧ବର୍ଷ ପୂର୍ବେ ନିର୍ବାଚନ ମଞ୍ଚରେ ପ୍ରବେଶ କରିବା ପାଇଁ ସ୍ବେଚ୍ଛାକୃତ ଅବସର ନେଇଥିଲେ, କିନ୍ତୁ ବିଜେପିରୁ ଟିକେଟ ନ ପାଇବା ପରେ ସେ ପୁଣି ଥରେ ପୁଲିସ ୟୁନିଫର୍ମ ପିନ୍ଧିଥିଲେ ବୋଲି ଜଣାପଡ଼ିଛି।