କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

ଭୋପାଳ: କରୋନାଭାଇରସ୍ ସଂକ୍ରମଣ ଏବଂ ଆଇଫାର ପ୍ରଶଂସକ ତଥା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଇଫାର ଆୟୋଜକମାନେ ତିନି ଦିନିଆ ଉତ୍ସବକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ପରାମର୍ଶ ନେବା ପରେ ଆଇଫା ମ୍ୟାନେଜମେଣ୍ଟ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ହିତାଧିକାରୀମାନେ ବହୁ ପ୍ରତୀକ୍ଷିତ ଆଇଫା ୱିକେଣ୍ଡ ଏବଂ ମୁଖ୍ୟ ଆଇଫା ପୁରସ୍କାର ଇଭେଣ୍ଟକୁ ପରବର୍ତ୍ତୀ ତାରିଖକୁ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଇଭେଣ୍ଟଟି ମାର୍ଚ୍ଚ ମାସ ଶେଷରେ ହେବାକୁ ଥିଲା।  ଆଇଫା ୱିକେଣ୍ଡ୍ ମାର୍ଚ୍ଚ ୨୭ରେ ଆରମ୍ଭ ହୋଇ ରବିବାର ମାର୍ଚ୍ଚ ୨୯ରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଯାହାକୁ ଏବେ ସ୍ଥଗିତ ରଖାଯାଇଛି।

Image result for iifa awards 2020
www.prabhatkhabar.com
ସମ୍ବନ୍ଧିତ ଖବର