ଟିକଟକ ଭିଡିଓ ମାଧ୍ୟମରେ ପାଠ ପଢିବେ ଛାତ୍ରଛାତ୍ରୀ, ଆଇଆଇଏମ ଇନ୍ଦୋରର ନୂଆ ପ୍ରୟାସ

ଇନ୍ଦୋର: ଟିକଟକ ଭିଡିଓ ମାଧ୍ୟମରେ ଏଣିକି ଶିକ୍ଷାଦାନ କରାଯିବ | ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ) ଇନ୍ଦୋର ପକ୍ଷରୁ ଟିକଟକ ସହ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇଛି | ଯୁବପିଢ଼ିଙ୍କ ମଧ୍ୟରେ ଟିକଟକ ପ୍ରତି ଥିବା ଆଗ୍ରହକୁ ଦେଖି ମନୋରଞ୍ଜନ ଛଡା ଶିକ୍ଷାଦାନ ପାଇଁ ଏଭଳି ପ୍ରୟାସ ଆଇଆଇଏମ ଇନ୍ଦୋର ଆରମ୍ଭ କରିଛି | ଏହି ବୁଝାମଣାପତ୍ର ମୁତାବକ ମ୍ୟାନେଜମେଣ୍ଟର କ୍ଷୁଦ୍ର ଟିକଟକ ଭିଡିଓ କରି ଏହାକୁ ଛାତ୍ରଛାତ୍ରୀଙ୍କୁ ଦେଖାଯିବ | ଏହା ଦ୍ୱାରା ସହଜରେ ଛାତ୍ରଛାତ୍ରୀ କଠିନ ପାଠକୁ ସହଜରେ ବୁଝିପାରିବେ |

ଆଇଆଇଏମ ଇନ୍ଦୋରର ନିର୍ଦ୍ଦେଶକ ହିମାଂଶୁ ରାୟ କହିଛନ୍ତି ଯେ ଟିକଟକ ସହ ଏମଓୟୁ ସ୍ଵାକ୍ଷର କରାଯାଇଛି | ଏହା ଦ୍ୱାରା ଟିକଟକ ସହ ମିଶି ସଂଚାର, ରଣନୀତି ଓ ମାର୍କେଟିଙ୍ଗ ସମ୍ବଳିତ ଭିଡିଓ ପ୍ରସ୍ତୁତ କରାଯିବ | ଏହି ଭିଡିଓ ସବୁକୁ ଆଇଆଇଏମ ଇନ୍ଦୋରରେ ଥିବା ବିଭିନ୍ନ ପାଠ୍ୟକ୍ରମ ପାଇଁ ବ୍ୟବହାର କରାଯିବ |


ବିଶେଷ କରି ଆଇଆଇଏମ ଇନ୍ଦୋରରେ ସରକାରୀ ଅଧିକାରୀ, ବ୍ୟବସାୟୀ ଓ ଶିଳ୍ପଦ୍ୟୋଗୀଙ୍କ ପାଇଁ ତାଲିମର ବ୍ୟବସ୍ଥା ଥିବାବେଳେ ଏହି ସବୁ ଭିଡିଓ ସେମାନଙ୍କ ପାଇଁ ସହାୟକ ହେବ | ନିର୍ଦ୍ଦେଶକ ହିମାଂଶୁ ରାୟ କହିଛନ୍ତି ଯେ ଆଜିକାଲି ଛାତ୍ରଛାତ୍ରୀ ଟିକଟକ ଭିଡିଓ କରିବାରେ ବ୍ୟସ୍ତ ରହୁଥିବାବେଳେ ସେହି ଭିଡିଓ ମାଧ୍ୟମରେ ପାଠପଢା କିଭଳି ସେମାନେ କରିପାରିବେ ସେଥିପାଇଁ ଏଭଳି ପଦ୍ଧତି ଆପଣାଯାଇଛି |

ସମ୍ବନ୍ଧିତ ଖବର