ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ ଆଇଆଇଟି ବାବା ଅର୍ଥାତ୍ ଅଭୟ ସିଂହଙ୍କ ବିଷୟରେ ବହୁତ ଆଲୋଚନା ହୋଇସାରିଛି। ଅଭୟ ସିଂହ ପ୍ରଥମେ ଆଇଆଇଟିରେ ପଢ଼ିଥିଲେ, ପରେ ସେ ଚାକିରି କରିବାକୁ ବିଦେଶ ଚାଲିଯାଇଥିଲେ। କିନ୍ତୁ ଏବେ ସେ ଧର୍ମ ପଥରେ ଅଛନ୍ତି। ଏବେ ଅଭୟ ସିଂହ ଇଣ୍ଟରନେଟରେ ଆଇଆଇଟି ବାବା ନାମରେ ପ୍ରସିଦ୍ଧ। ଆଇଆଇଟି ବାବାଙ୍କ ଜୀବନ ସହିତ, ତାଙ୍କର ବିଭିନ୍ନ ଦାବି ଉପରେ ବହୁତ ଆଲୋଚନା ହେଉଛି। ସେ ଏବେ ଏକ ଭବିଷ୍ୟବାଣୀ କରି ଚର୍ଚ୍ଚାରେ ଅଛନ୍ତି। ଚମ୍ପିଅନ୍ସ ଟ୍ରଫିରେ କେଉଁ ଦଳ ଜିତିବ, ତାହା ଜଣାଇଛନ୍ତି ଆଇଆଇଟି ବାବା।
ସେ କହିଛନ୍ତି ଯେ, "ଏଥର ଭାରତ ଜିତିବ ନାହିଁ। ବିରାଟ କୋହଲି ବା ଅନ୍ୟ କ୍ରିକେଟର ଯେତେ ଚେଷ୍ଟା କଲେ ବି ୨୩ତାରିଖରେ ହେବାକୁ ଥିବା ମ୍ୟାଚ୍ ଜିତିପାରିବେ ନାହିଁ।" ତାଙ୍କର ଏଭଳି ବୟାନ ପାଇଁ ସେ ବିବାଦୀୟ ହୋଇପଡ଼ିଛନ୍ତି।
बाबा जी को वास्तविक रूप से भारत में चर्चित बने रहने का मार्ग मिल चुका है .....
— दद्दा का मल्टीवर्स हब (@multiversehubs) February 20, 2025
Baba Bloody phool 🌻🤯#iitbaba #trends #ChampionsTrophy2025 #INDvsPAK #CricketFever #indvsban pic.twitter.com/AhWoSNGjZv
ଉଲ୍ଲେଖଯୋଗ୍ୟ, ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ଶୁବମନ ଗିଲ୍ଙ୍କ ଅପରାଜିତ ଶତକ ବଳରେ ଭାରତ ବିଜୟରୁ ନିଜର ଆଇସିସି ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି। ଗୁରୁବାର ନିଜ ପ୍ରଥମ ମୁକାବିଲାରେ ରୋହିତ ଶର୍ମାଙ୍କ ଦଳ ୬ ୱିକେଟ୍ରେ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରି ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ସେହି ସମାନ ପଡ଼ିଆରେ ରବିବାର ଭାରତ ଓ ପାକିସ୍ତାନ ନିଜ ଦ୍ବିତୀୟ ମୁକାବିଲାରୋ ଅବତୀର୍ଣ୍ଣ ହେବେ।