ରାସ୍ତରେ ଦ୍ରୁତ ଗାଡିଚାଳନା କରୁଥିବା ଚାଳକଙ୍କୁ ସାବାଡ଼ କରିବାକୁ ଆଇଆଇଟି ଭୁବନେଶ୍ୱରର ଯୋଜନା

ଭୁବନେଶ୍ୱର: ‘ଦ୍ରୁତ ଗତି ମହାବିପତ୍ତି’ର ନାରା ସରକାର ଦେଉଥିବାବେଳେ ଲୋକ କିନ୍ତୁ ଶୁଣିବାକୁ ନାରାଜ | ଆପଣ ରାସ୍ତାରେ ଯାଉଥିବେବେଳେ ଏମିତି କିଛି ଚାଳକଙ୍କୁ ନିଶ୍ଚିତ ଦେଖୁଥିବେ, ଯେଉଁମାନେ ଦ୍ରୁତ ଗତିରେ ଗାଡି ଚଳାନ୍ତି | ଏମାନେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ବିପଦରେ ପକାନ୍ତି | ଏହି ସବୁ ଚାଳକମାନଙ୍କ ପାଇଁ ହମ୍ପସ ସହ ଟ୍ରାଫିକ ପୁଲିସ ଯାଞ୍ଚ କରୁଥିଲେ ବି କେତେକାଂଶରେ ଧରାପଡ଼ିନଥାନ୍ତି | ତେବେ ଦ୍ରୁତଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ଏବେ ଆଇଆଇଟି ଭୁବନେଶ୍ୱର(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ର ଛାତ୍ରଛାତ୍ରୀମାନେ ଏକ ନିଆରା ସଫ୍ଟୱେୟାର ପ୍ରସ୍ତୁତ କରିଛନ୍ତି |

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ଼. ରମେଶ ପୋଖରିଆଲ ନିସଙ୍କ ଭୁବନେଶ୍ୱର ଆଇଆଇଟି ଛାତ୍ରଛାତ୍ରୀଙ୍କ ଏହି ନୂଆ ସଫ୍ଟୱେୟାର ବାବଦରେ ଉଲ୍ଲେଖ କରିଛନ୍ତି | କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଟ୍ୱିଟ ମୁତାବକ ଭୁବନେଶ୍ୱର ଆଇଆଇଟିର ଛାତ୍ରଛାତ୍ରୀମାନେ ଏକ ସଫ୍ଟୱେୟାର ବିକଶିତ କରିଛନ୍ତି ଯାହାକି ସରକାରଙ୍କୁ ସାହାଯ୍ୟ କରିବ | ଏହି ସଫ୍ଟୱେୟାର ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ଚାଳକଙ୍କ ଉପରେ ନଜର ରଖିବାରେ ସାହାଯ୍ୟ କରିବ |


ବର୍ତ୍ତମାନ ଏହି ସଫ୍ଟୱେୟାର ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ରାଜ୍ୟ ପରିବହନ ବିଭାଗ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ ଇଲେକ୍ଟ୍ରିକାଲ ସାଇନ୍ସର ଛାତ୍ରଛାତ୍ରୀଙ୍କୁ କହିଛି | ରାଡ଼ାର ଟେକ୍ନୋଲୋଜିରେ କାମ କରୁଥିବା ଏହି ସଫ୍ଟୱେୟାର ପାଇଁ ସମୁଦାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ | ସବୁ ପ୍ରକାରର ପାଣିପାଗରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଦ୍ରୁତଗତିରେ ଯାଉଥିବା ଗାଡି ଉପରେ ନଜର ରଖିବ |

ସମ୍ବନ୍ଧିତ ଖବର