ଆଇଆଇଟି ଜେଇଇ ୨୦୨୦ ପାଇଁ ଆଜି ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି)ର ମେନ୍ସ ପରୀକ୍ଷା ୨୦୨୦ ଏପ୍ରିଲ ୫ରୁ ୧୧ ଏପ୍ରିଲ ଯାଏଁ ହେବ | ଏହା ପରେ ଜେଇଇ ଆଡ଼ଭାନ୍ସ ପରୀକ୍ଷା ହେବ | ତେବେ ଜେଇଇ ମେନ୍ସ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ହିଁ ଏହି ପରୀକ୍ଷା ଦେଇପାରିବେ | ତେବେ ଆଇଆଇଟି ଜେଇଇ ମେନ୍ସ ପରୀକ୍ଷା ପାଇଁ ଆବେଦନ କରିବାର ଆଜି ଶେଷ ଦିନ ରହିଛି | ଜଣେ ଛାତ୍ର ବା ଛାତ୍ରୀ ଆଜି ହିଁ ଆବେଦନ କରି ଡକ୍ୟୁମେଣ୍ଟ ଅପଲୋଡ଼ କରିପାରିବେ | ତେବେ ଫର୍ମ ପୂରଣରେ ଥିବା ତ୍ରୁଟି ବିଚ୍ୟୁତିକୁ ଆସନ୍ତାକାଲିଠାରୁ ମାର୍ଚ୍ଚ ୧୬ ତାରିଖ ଯାଏଁ ହିଁ ସୁଧାରି ପାରିବେ |

ନଜର ପକାନ୍ତୁ ଆଇଆଇଟି ଜେଇଇ ୨୦୨୦ର ପ୍ରମୁଖ ତାରିଖ
ଫର୍ମ ପୂରଣର ଶେଷ ତାରିଖ: ମାର୍ଚ୍ଚ ୧୨
ଆଡମିଟ କାର୍ଡ ଜାରି ତାରିଖ: ମାର୍ଚ୍ଚ ୨୦

Photo-The Hindu

ଜେଇଇ ମେନ୍ସ-୨୦୨୦ର କମ୍ପ୍ୟୁଟର ପରୀକ୍ଷା: ଏପ୍ରିଲ ୫
ଓଏମଆର ସିଟରେ ପରୀକ୍ଷା: ୨୧ ଏପ୍ରିଲ
ଜେଇଇ ମେନ୍ସ ରେଜଲ୍ଟ: ଏପ୍ରିଲ ୩୦
ରେଜଲ୍ଟ ଘୋଷଣା-ମେ ମାସ ୨୦୨୦
ଜେଇଇ ଆଡ଼ଭାନ୍ସ
ଆପ୍ଲିକେସନ ଫର୍ମ ରିଲିଜ: ମେ ୧, ୨୦୨୦
ଫର୍ମ ପୂରଣର ଶେଷ ତାରିଖ: ମେ ୬, ୨୦୨୦
ପରୀକ୍ଷା ତାରିଖ: ମେ ୧୭, ୨୦୨୦

ସମ୍ବନ୍ଧିତ ଖବର