ଲକ୍ଷ୍ନୌ: ଆଇଆଇଟି-କାନପୁର ଆରମ୍ଭ କରିବାକୁ ଯାଉଛି ହିନ୍ଦୁ ଧର୍ମଗ୍ରନ୍ଥର ଟେକ୍ଷ୍ଟ୍ ଆଣ୍ଡ୍ ଅଡିଓ ସର୍ଭିସ୍। ଏହି ସେବା ଆଇଆଇଟି କାନପୁରର ଅଫିସିଆଲ୍ ପୋର୍ଟାଲ୍ରେ ଉପଲବ୍ଧ ହେବ। ଏହାର ଲିଙ୍କ୍ ହେଉଛି www.gitasupersite.iitk.ac.in.
ଏଥିରେ ଶ୍ରୀମଦ୍ ଭଗବତଗୀତ, ରାମଚରିତ ମାନସ, ବ୍ରହ୍ମ ସୂତ୍ର, ଯୋଗ ସୂତ୍ର, ଶ୍ରୀ ରାମ ମଙ୍ଗଳ ଦାସଜୀ ଏବଂ ନାରଦ ଭକ୍ତି ସୂତ୍ର ଆଦି ୯ଟି ପବିତ୍ର ଧର୍ମଗ୍ରନ୍ଥ ଅପ୍ଲୋଡ୍ କରାଯାଇଛି।
ଏଥିରେ ସଦ୍ୟ ଅପ୍ଲୋଡ୍ କରାଯାଇଛି ବାଲ୍ମୀକ ରାମାୟଣର ସୁନ୍ଦରକାଣ୍ଡ ଏବଂ ବାଳକାଣ୍ଡର ସଂସ୍କୃତ ନାଟ୍ୟ ରୂପ।
ଆଇଆଇଟି ସବୁ ସ୍ୱୟଂକ୍ରିୟ ଭାବେ ପରିଚାଳିତ ହେଉଥିଲେ ମଧ୍ୟ ସେମାନଙ୍କୁ ପାଣ୍ଠି ଯୋଗାଉ ଥିବା ମାନବିକ ସମ୍ବଳ ବିକାଶ ମନ୍ତ୍ରାଳୟର ବିବାଦୀୟ ପ୍ରସ୍ତାବରେ ପରିଚାଳିତ ହେଉଛନ୍ତି। ତତ୍କାଳୀନ ଅଟଳ ବିହାରୀ ବାଜପେୟୀ ସରକାରଙ୍କ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ୨୦୦୧ରେ ଦେଇଥିବା ୨୫ ଲକ୍ଷ ଟଙ୍କାର ପାଣ୍ଠିରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା।
ପବିତ୍ର ଧର୍ମଗ୍ରନ୍ଥ ସବୁକୁ ଉପଲବ୍ଧ କରାଇବା ପାଇଁ ଆମେ ଏହି ପ୍ରକଳ୍ପ ନିମନ୍ତେ ବିଭିନ୍ନ ସମୟରେ କାମ କରିଛୁ। ଆଇଆଇଟି ସ୍କୋଲାର୍ ଏବଂ ବାହାରୁ ମଧ୍ୟ କିଛି ବ୍ୟକ୍ତିଙ୍କ ସହାୟତା ନିଆଯାଇ ଏହି କାର୍ଯ୍ୟ କରାଯାଇଛି। ଏହା ସମଗ୍ର ବିଶ୍ୱ ଏବଂ ଭାରତରେ ପ୍ରଥମେ କରାଯାଇଥିବାରୁ ଏହାକୁ ସମ୍ମାନ ଦିଆଯିବା ଉଚିତ ବୋଲି ସେଠାକାର ପ୍ରଫେସର ଟି ଭି ପ୍ରଭାକର କହନ୍ତି।
ଏଥିରେ ହିନ୍ଦୁ ଧର୍ମ ପ୍ରସାର କରାଯାଉଛି ବୋଲି ଅଭିଯୋଗ କରି ଉଠିଥିବା ବିବାଦକୁ ଅଗ୍ରାହ୍ୟ କରି ଆଇ ଆଇଟି କାନପୁରର ନିର୍ଦେଶକ ମହେନ୍ଦ୍ର ଅଗ୍ରଓ୍ଵାଲ୍ ଏବଂ ପ୍ରଫେସର ପ୍ରଭାକର କହନ୍ତି: ସବୁ ଉତ୍ତମ ଜିନିଷ ପାଇଁ ସମାଲୋଚନାର ସରବ୍ୟ ହେବାକୁ ପଡ଼େ। ଏଭଳି ମହତ୍ ଏବଂ ପବିତ୍ର ପ୍ରକଳ୍ପ ପାଇଁ ଧର୍ମନିରପେକ୍ଷତାର ପ୍ରଶ୍ନ ଉଠାଇ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/iit-kanpur.jpg)