ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ; ଗାଣିତିକ ମଡେଲ ଆଧାରରେ ଆଇଆଇଟି କାନପୁରର ବୈଜ୍ଞାନିକଙ୍କ ପୂର୍ବାନୁମାନ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେବେ ଏହା ଶୀର୍ଷରେ ପହଞ୍ଚିବ ଏବଂ କେବେ ତଳକୁ ଖସିବ, ଏ ନେଇ ଏବେ ସବୁ ମହଲରୁ ଆକଳନ ଚାଲିଛି। ତେବେ, ଆଇଆଇଟି କାନପୁରର ବିଶେଷଜ୍ଞ ଦଳ, ଏକ ଗାଣିତିକ ମଡେଲ ଆଧାରରେ କରୋନା ଗ୍ରାଫ୍‌ ସଂପର୍କରେ ପୂର୍ବାନୁମାନ କରିଛନ୍ତି। ଏହି ମଡେଲ ଅନୁସାରେ ଓଡ଼ିଶାରେ ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଏହା ପରେ ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିବ।

ଆସନ୍ତୁ ନଜର ପକାଇବା କ’ଣ କହୁଛି ଆଇଆଇଟି କାନପୁରର ଏହି ମଡେଲ:…

ଆଇଆଇଟି କାନପୁରର ଗାଣିତକ ମଡେଲ ଅନୁଯାୟୀ
– ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ
– ମେ’ ୧ ରୁ ୫- ଓଡିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ
– ମେ’ ୬ରୁ ୧୦- ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ
– ଏପ୍ରିଲ ୩୫ରୁ ୩୦- ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା, ବିହାର
– ମହାରାଷ୍ଟ୍ର ଓ ଛତିଶଗଡ଼- ସଂକ୍ରମଣା ଶୀର୍ଷ ଛୁଇଁ ସାରିଛି

ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ମେ ମାସ ୧୧ରୁ ୧୫ ତାରିଖ ବେଳକୁ ଭାରତରେ ଶୀର୍ଷକୁ ଛୁଇଁଥିବ କରୋନା ସଂକ୍ରମଣ। ଆଉ ସେତେବେଳକୁ ଦେଶରେ ସକ୍ରିୟ ସଂକ୍ରମଣ ବା ଆକ୍ଟିଭ୍‌ କେସ୍‌ ସଂଖ୍ୟା ପହଞ୍ଚିି ଯାଇଥିବ ୩୩ ରୁ ୩୫ ଲକ୍ଷରେ। ଗତବର୍ଷ ସେପ୍ଟେମ୍ବର ୧୭ ଆଡକୁ ଦେଶରେ କରୋନା ସଂକ୍ରମଣର ପ୍ରଥମ ଲହର ଶୀର୍ଷରେ ରହିଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୂର୍ବ ଅପେକ୍ଷା ୩ଗୁଣ ଅଧିକ ରହିବ। ଗତବର୍ଷ କରୋନା ଶୀର୍ଷ ସମୟରେ ଭାରତ ଦେଖିଥିଲା ୧୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା। ତେବେ ବିଶେଷଜ୍ଞଙ୍କ ଆକଳନ ହେଉଛି, ମେ ମାସ ମଧ୍ୟ ଭାଗ ଆଡକୁ ଭାରତରେ ରହିଥିଲେ ୩୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା।

ସମ୍ବନ୍ଧିତ ଖବର