କୋଲକାତା: ସୋମବାର ଦିନ ଆଇଆଇଟି-ଖଡ଼ଗପୁରର ହଷ୍ଟେଲ ରୁମ ଭିତରୁ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ଦିନ ତାଙ୍କୁ ଭେଟିବାକୁ ଆସିଥିବା ତାଙ୍କ ପିତାମାତା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରଛାତ୍ର ଶାୱନ ମଲ୍ଲିକଙ୍କ ଝୁଲନ୍ତା ମୃତଶରୀର ଦେଖି ଭାଙ୍ଗି ପଡ଼ିଛନ୍ତି।
ଜାଣିବାକୁ ମିଳିଛି ଯେ ଶାୱନ ପୂର୍ବ ରାତିରେ ତାଙ୍କ ପିତାମାତାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ସବୁକିଛି ଏକଦମ୍ ସ୍ୱାଭାବିକ ଥିଲା। ତେବେ ସେ କାହିଁକି ଜୀବନ ହାରିଛନ୍ତି ଏନେଇ ଆଭ୍ୟନ୍ତରୀଣ ତଦନ୍ତ କରାଯିବ। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଶରୀର ବ୍ୟବଚ୍ଛେଦ ସମାପ୍ତ ହୋଇଛି ଏବଂ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି।
ଏକ ବିବୃତି ଜାରି କରାଯାଇ ଆଇଆଇଟି-ଖଡ଼ଗପୁର ପକ୍ଷରୁ କୁହଯାଇଛି ଯେ "ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ତୃତୀୟ ବର୍ଷର ଛାତ୍ର ଶାଓନ୍ ମଲିକଙ୍କ ଆକସ୍ମିକ ବିୟୋଗରେ ଛାତ୍ର, କର୍ମଚାରୀ ଏବଂ ଅଧ୍ୟାପକମାନେ ଗଭୀର ଶୋକ ପ୍ରକାଶ କରୁଛନ୍ତି। ଜାନୁଆରି ୧୨ ତାରିଖ ସକାଳେ ଆଜାଦ ହଲ୍ ଅଫ୍ ରେସିଡେନ୍ସ ପରିସରରେ ତାଙ୍କର ମୃତଦେହ ମିଳିଛି।" ଜାଣିରଖନ୍ତୁ ଯେ ଆଜାଦ ହଲ୍ ଅଫ୍ ରେସିଡେନ୍ସ ହେଉଛି ପ୍ରତିଷ୍ଠାନର ହଷ୍ଟେଲ ମଧ୍ୟରୁ ଗୋଟିଏ।
ଘଟଣା ସମ୍ପର୍କରେ ଜଣାପଡିବା ପରେ, କ୍ୟାମ୍ପସ ସୁରକ୍ଷା ଏବଂ ଡାକ୍ତରୀ ଦଳକୁ ତୁରନ୍ତ ସତର୍କ କରାଯାଇଥିଲା। ପୁଲିସ ଶାୱନଙ୍କ ମୃତ୍ୟୁର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ବୋଲି ବିବୃତିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/13/gLYwymrlXuGtwacPdoum.jpg)