କୋଲ୍କାତା: ୨୦୨୧-୨୨ ଶିକ୍ଷା ବର୍ଷରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଇଆଇଟି ଖଡ଼ଗପୁର ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ କରିବ। ଏ ବର୍ଷର ଶେଷ ସୁଦ୍ଧା ୪୦୦ ଶଯ୍ୟାବିଶିଷ୍ଟ ଡକ୍ଟର ବିସି ରୟ ସୁପର୍ ସ୍ପେସାଲିଟି ଡାକ୍ତରଖାନାରେ ବହିର୍ବିଭାଗ ରୋଗୀ ସେବା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
ନିର୍ଦେଶକ ପ୍ରଫେସର୍ ଶ୍ରୀମନ କୁମାର ଭଟ୍ଟାଚାର୍ଯ୍ୟ କହନ୍ତି: ଏ ବର୍ଷ ବହିର୍ବିଭାଗ ରୋଗୀ ସେବା ଆରମ୍ଭ କରିବାକୁ ଯୋଜନା କରିଛୁ। ଆସନ୍ତା ବର୍ଷ ଆରମ୍ଭ ବେଳକୁ ଆମେ ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟାବିଶିଷ୍ଟ ଅଭ୍ୟନ୍ତର ରୋଗୀସେବା ଆରମ୍ଭ କରିବୁ। ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଗଲେ ଏମ୍ସିଆଇର ଗାଇଡ୍ଲାଇନ୍ ଅନୁସାରେ ଆମେ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ କରିବୁ।
/sambad/media/post_attachments/wp-content/uploads/2019/10/bc-300x195.jpg)
ଦ୍ୱିତୀୟ ପର୍ଯ୍ୟାୟରେ ଯଶ୍ୟା ସଂଖ୍ୟା ୭୫୦କୁ ବୃଦ୍ଧି କରାଯିବା ସହ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ୧୦୦ ବୃଦ୍ଧି କରାଯିବ।
ଡାକ୍ତରଖାନାଟି କ୍ରସ୍-ସବ୍ସିଡି ମଡେଲ୍ରେ ଲାଭରହିତ ଭାବେ ଚାଲିବ। ୧୦% ଶଯ୍ୟା ମାଗଣାରେ ମିଳିବ ଏବଂ ୬୫% ଶଯ୍ୟା ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟବୀମା ସ୍କିମ୍ ନିର୍ଦ୍ଧାରିତ ମୂଲ୍ୟ ଲାଗୁ କରାଯିବ।