ଆଇଆଇଟି ଖଡଗପୁର ଗବେଷକ ପ୍ରସ୍ତୁତ କଲେ ନୂଆ କମ୍ପ୍ୟୁଟର୍‌ ପ୍ରୋଗ୍ରାମ: ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀ ଚୟନ ହେବ ସହଜ

କୋଲକାତା: ଦାରିଦ୍ରର ସୀମା ରେଖା ତଳେ(ବିପିଏଲ୍‌) ଥିବା ଲୋକମାନଙ୍କ ପାଇଁ ଆଇଆଇଟି ଖଡଗପୁରର ଗବେଷକମାନେ ଏକ ଡିସିସନ୍‌ ସପୋର୍ଟ ସିଷ୍ଟମ୍‌(ଡିଏସ୍‌ଏସ୍‌) ଉଦ୍ଭାବନ କରିଛନ୍ତି। ଏହା ଦ୍ୱାରା ବିପିଏଲ୍‌ ଶ୍ରେଣୀର ଲୋକଙ୍କୁ ଅଧିକରୁ ଅଧିକ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ଦିଆଯାଇ ପାରିବ ବୋଲି ଆଶା କରାଯାଉଛି।

ଆଇଆଇଟି ଖଡଗପୁରର ଡିପାର୍ଟମେଣ୍ଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ସିଷ୍ଟମ୍‌ ଇଞ୍ଜିନିୟରିଂର ଗବେଷକ ମନୋଜ କୁମାର ତିଓ୍ଵାରୀଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ସୁପରିଚାଳନାକୁ ଦୃଷ୍ଟିରେ ରଖି ଏହି ଡିସିସନ୍‌ ସପୋର୍ଟ ସିଷ୍ଟମ ପ୍ରସ୍ତୁତ କରିଛନ୍ତି। ଏହା ମୁଖ୍ୟତଃ ବିପିଏଲ ଶ୍ରେଣୀଭୁକ୍ତ ପରିବାରଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ।

ଏହି ଡିସିସନ୍‌ ସପୋର୍ଟ ସିଷ୍ଟମ ହେଉଛି ଏକ କମ୍ପ୍ୟୁଟର୍‌ ପ୍ରୋଗ୍ରାମ, ଯାହାକି ଗାଣିତିକ ପ୍ରୋଗ୍ରାମିଂ ଏବଂ ଅପରେସନ୍‌ ରିସର୍ଚ କୌଶଳ ବ୍ୟବହାର କରି ହିତାଧିକାରୀ ଚୟନରେ ଉଚିତ ନିର୍ଣ୍ଣୟ ନେଇପାରିବ।

ଡିଏସ୍‌ଏସ୍‌ ନିର୍ଦ୍ଧାରିତ ନୀତି ଭିତରେ ଉଚିତ ମୂଲ୍ୟାଙ୍କନ କରିବା ସହ ପଲିସିର ମୂଳ ଲକ୍ଷ୍ୟକୁ ଉଚିତ ନ୍ୟାୟ ପ୍ରଦାନ କରିବ ବୋଲି ତିଓ୍ଵାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ସୁଦ୍ଧା ଦେଶରେ ୫ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟରେ ୨୦୧୬ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା(ପିଏମ୍‌ୟୁଓ୍ଵାଇ) ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର