ଏ ବର୍ଷ ପ୍ଲେସ୍‌ମେଣ୍ଟ୍‌ରେ ଆଇଆଇଟି- ବମ୍ବେକୁ ଟପିଲା ଆଇଆଇଟି-ମାଡ୍ରାସ୍‌

ମୁମ୍ବାଇ: ୨୦୧୭ ବର୍ଷରେ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି’ର ଗତାନୁଗତିକ ପ୍ଲେସ୍‌ମେଣ୍ଟ୍‌ ଧାରାରେ ନାଟକୀୟ ପରିବର୍ତ୍ତନ ଘଟିଛି। ଆଇଆଇଟି-କାନପୁର କ୍ୟାମ୍ପସ୍‌ ସର୍ବାଧିକ ପ୍ଲେସ୍‌ମେଣ୍ଟ୍‌ ଅଫର୍‌ ଦେଇଛି। ପାଞ୍ଚଦିନ ଧରି ଚାଲିଥିବା କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ରେ ବହୁ ସଂଖ୍ୟକ ଛାତ୍ରଛାତ୍ର ସ୍ଥାନ ପାଇ ନ ଥିବାବେଳେ ଆଇଆଇଟି-ମାଡ୍ରାସ୍‌ କ୍ୟାମ୍ପସ୍‌ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ଲେସ୍‌ମେଣ୍ଟ୍‌ ଦେବାରେ ସମର୍ଥ ହୋଇଛି। ଏହାଦ୍ୱାରା ଆଇଆଇଟି-ବମ୍ବେ ପ୍ରତିବର୍ଷ ସର୍ବାଧିକ ପ୍ଲେସ୍‌ମେଣ୍ଟ୍‌ ଦିଏ ବୋଲି ଚଳି ଆସିଥିବା ପ୍ରବାଦରେ ବ୍ୟତିକ୍ରମ ଦେଖା ଦେଇଛି।

ଆଇଆଇଟି-ମାଡ୍ରାସ୍‌ର ଟ୍ରେନିଙ୍ଗ୍‌ ଆଣ୍ଡ୍‌ ପ୍ଲେସ୍‌ମେଣ୍ଟ୍‌ର ଉପଦେଷ୍ଟା ମନୁ ସନ୍ତାନାମ କହନ୍ତି: ସାଧାରଣ ଭାବେ, ଦେଶ ସାରା କମ୍ପାନି ରହିଛନ୍ତି। ତେଣୁ ବମ୍ବେ ଆଉ ମୁଖ୍ୟ ପସନ୍ଦ ହୋଇ ରହିନାହିଁ। ତା’ଛଡ଼ା ଏବ ବହୁ କମ୍ପାନି ଆର୍‌ ଆଣ୍ଡ୍‌ ଡି ପ୍ରୋଫାଇଲ୍‌ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରିଛନ୍ତି। ତେୁଣୁ ଗୁଡ଼ାଏ ଲୋକ ପାଇବାକୁ ସେମାନେ ବିଭିନ୍ନ କ୍ୟାମ୍ପ୍‌ସ୍‌ ବୁଲିଛନ୍ତି।

Image Courtesy of College Pravesh

୨୦୧୬ ବର୍ଷ ତୁଳନାରେ ଏ ବର୍ଷ ଆରମ୍ଭ ଦିନ ହିଁ ପ୍ଲେସ୍‌ମେଣ୍ଟ୍‌ ୨୦% ରୁ ୫୦% ବୃଦ୍ଧି ପାଇଛି। ପୁରାତନ ଆଇଆଇଟି ସବୁ ତୁଳନାରେ ଏ ବର୍ଷ ଆରମ୍ଭ ଦିନ ଆଇଆଇଟି-କାନପୁର ଅଧିକ ପ୍ଲେସ୍‌ମେଣ୍ଟ୍‌ ଅଫର୍‌ ଯୋଗାଇ ଥିଲା। ପ୍ରଥମ ଲଟ୍‌ରେ ଏକା ଇନ୍‌ଟେଲ୍‌ ୫୯ ଜଣ ପ୍ରାର୍ଥୀ ଚୟନ କରିଥିଲା। ଗତବର୍ଷ ତୁଳନାରେ ଅନ୍ୟାନ୍ୟ ବହୁ ଚୟନକାରୀ ଅଧିକ ପ୍ରାର୍ଥୀ ଚୟନ କରିଥିଲେ ବୋଲି ଆଇଆଇଟି-କାନପୁର ପ୍ଲେସ୍‌ମେଣ୍ଟ୍‌ର ମୁଖ୍ୟ ଶ୍ୟାମ ନାୟାର କହିଛନ୍ତି।

ପ୍ରଥମ ଦିନ ଆଇଆଇଟି-ଖଡ଼ଗପୁର ଅଫର୍‌ କରିଥିଲା ୧୯୨ ପ୍ରାର୍ଥୀ, କିନ୍ତୁ ଗତବର୍ଷ ଅଫର୍‌ ଥିଲା ୧୨୭। ଏ ବର୍ଷ ସମୁଦାୟ ୧୯୦୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୮୫ ଜଣ ଚୟନ କରାଯାଇଛନ୍ତି ବୋଲି ଆଇଆଇଟି-ଖଡ଼ଗପୁରର ପ୍ଲେସ୍‌ମେଣ୍ଟ୍‌ ମୁଖ୍ୟ ଦେବାଶିଷ ଦେବ କହିଛନ୍ତି।

ପ୍ରଥମ ଦିନ ଆଇଆଇଟି-ମାଡ୍ରାସରେ ଗତ ବର୍ଷ ଠାରୁ ୩୫ ଟି ଅଧିକ ଅଫର୍‌ ପାଇଥିଲା। ଏ ବର୍ଷ ଅଫର୍‌ ସଂଖ୍ୟା ଥିଲା ୧୯୫। ସେଥିରୁ ଆନ୍ତର୍ଜାତିକ ଅଫର୍‌ ସଂଖ୍ୟା ଥିଲା ୨୦ ଯାହା ଗତବର୍ଷର ସଂଖ୍ୟା ତୁଳନାରେ ଦୁଇଗୁଣ। ଫେଜ୍‌-୧ ଶେଷ ସୁଦ୍ଧା ସମୁଦାୟ ୭୬୩ ଅଫର୍‌ ପାଇଥିଲା। ଏହାଛଡ଼ା ଏ ବର୍ଷ ପ୍ରିପ୍ଲେସ୍‌ମେଣ୍ଟ୍‌ ଅଫର୍‌ ଥିଲା ୧୧୪। ତେଣୁ ଗତବର୍ଷର ୭୪୫ ପ୍ରାର୍ଥୀଙ୍କ ଜାଗାରେ ଏ ବର୍ଷ ସମୁଦାୟ ୮୭୭ ପ୍ରାର୍ଥୀ ଚୟନ କରାଯାଇଛି।

ଆଇଆଇଟି-ରୂର୍‌କୀ ମାତ୍ର ଦୁଇ ଦିନରେ ୪୦୦ ଅଫର୍‌ ପାଇଥିଲା। ପଞ୍ଚମ ଦିନ ଶେଷ ସୁଦ୍ଧା ସେଠାରେ ୫୪୦ ଜଣ ପ୍ରାର୍ଥୀ ପ୍ଲେସ୍‌ମେଣ୍ଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର