ଆଇଆଇଟିର ଭୂତାଣୁ ପ୍ରତିରୋଧୀ ପ୍ରଲେପ ମାସ୍କ୍‌, ଯେତେ ଧୋଇଲେ ବି ଅକ୍ଷୁଣ୍ଣ ରହିବ ଗୁଣ

ମୁମ୍ବାଇ: ଘାତକ କରୋନାଭୂତାଣୁର ସିଧାସଳଖ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀଙ୍କ ଯାଏ ସବୁଠୁ ସହଜ ଉପକରଣ ଭାବେ ମାସ୍କ ବ୍ୟବହାର କରୁଛନ୍ତିା ମାତ୍ର ନାକ ଓ ପାଟିକୁ ଆବୃତ କରିବା ଲାଗି ଯେତେ ସ୍ତରର ବହଳ ମାସ୍କ୍ ବ୍ୟବହାର କଲେ ବି ତାହା ମହାମାରୀ କୋଭିଡ୍-୧୯ ବ୍ୟାପିବାରେ ସହାୟକ ହେଉଛି ବୋଲି ଜଣାପଡି଼ବା ପରେ ସମସ୍ତଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଏହାର ମୁକାବିଲା ପାଇଁ ଆଇଆଇଟି, ବମ୍ବେ ଏକ ସରଳ ସମାଧାନର ଉପାୟ ବାହାର କରିଛିା ଦେଶର ଏହି ପ୍ରମୁଖ ବୈଷୟିକ ପ୍ରତିଷ୍ଠାନ ଦ୍ବାରା ଏକ ସ୍ବତନ୍ତ୍ର ପ୍ରକାରର ବୀଜାଣୁ–ଭୂତାଣୁ ପ୍ରତିରୋଧୀ ପ୍ରଲେପ ବିକଶିତ କରାଯାଇଛି, ଯାହାକୁ ମାସ୍କ୍ ଉପରେ ଏକ ଆସ୍ତରଣ ଭାବେ ବୋଳିଦିଆଯାଇପାରିବା ଏହାର ବିଶେଷତ୍ବ ହେଲା, ଉକ୍ତ ପ୍ରଲେପଯୁକ୍ତ ମାସ୍କ୍କୁ ଯେତେ ଧୋଇଲେ ବି ଏହା ତାହାର ବୀଜାଣୁ–ଭୂତାଣୁ ପ୍ରତିରୋଧୀ ଗୁଣକୁ ସେହିପରି ଅକ୍ଷୁଣ୍ଣ ରଖିପାରିବା ଆଇଆଇଟି ବମ୍ପ୍ରେ ପକ୍ଷରୁ ଉକ୍ତ ଅଭିନବ ପ୍ରଲେପରେ ନିହିତ ଜ୍ଞାନକୌଶଳର ସ୍ବତ୍ବାଧିକାର (ପ୍ୟାଟେଣ୍ଟ୍) ହାସଲ ପାଇଁ ଆବେଦନ କରାଯାଇଛିା ଡ୍ୟୁରାପ୍ରଟ୍ ଜ୍ଞାନକୌଶଳ ଭାବେ ପରିଚିତ ଏହି ବୈଷୟିକ ଜ୍ଞାନ ଦ୍ବାରା ବୀଜାଣୁ–ଭୂତାଣୁ ପ୍ରତିରୋଧୀ ରାସାୟନିକ ପଦାର୍ଥକୁ ମାସ୍କ୍ ତିଆରିରେ ବ୍ୟବହୃତ କପଡା଼ରେ ହିଁ ଲେପନ କରିଦିଆଯାଇଥାଏା

ଏପରିକି ପରୀକ୍ଷାମୂଳକ ଭାବେ ଉକ୍ତ ମାସ୍କ୍କୁ କୋଡ଼ିଏ ଥର ଯାଏ ଧୋଇଲେ କି ସଫାକଲେ ମଧ୍ୟ ସେଥିରୁ ବୀଜାଣୁ–ଭୂତାଣୁ ପ୍ରତିରୋଧୀ ଶକ୍ତି କମିନଥାଏା ଅପରପକ୍ଷେ, ଏହି ପ୍ରଲେପରେ ଜଡି଼ତ ରାସାୟନିକ ପଦାର୍ଥ ଉକ୍ତ ଲେପନ ପ୍ରକ୍ରିୟାର ମୂଲ୍ୟ ଖୁବ୍ କମ୍ ରହିଥିବାରୁ ଏହିପରି ବୀଜାଣୁ–ଭୂତାଣୁ ପ୍ରତିରୋଧୀ ମାସ୍କ୍କୁ ମଧ୍ୟ ସମସ୍ତେ ବ୍ୟବହାର କରିପାରିବେ ବୋଲି ଆଇଆଇଟି ବମ୍ପ୍ରେର ଜୈବବିଜ୍ଞାନ ଓ ଜୈବଜ୍ଞାନକୌଶଳ ବିଭାଗ ମୁଖ୍ୟ ରିନ୍ତି ବାନାର୍ଜୀ ଆଶା ରଖିଛନ୍ତିା ପ୍ରଥମେ ରିନ୍ତି ଏବଂ ତାଙ୍କ ସହଯୋଗୀମାନେ ଡାକ୍ତରଖାନା ଗାଉନ୍, ବିଛଣାଚାଦର, ମୋଜା ଏବଂ ଅନ୍ତର୍ବସ୍ତ୍ର ଆଦିରେ ବ୍ୟବହୃତ ହେଉଥିବା କପଡା଼ ପାଇଁ ଏହି ସ୍ବତନ୍ତ୍ର ଧରଣର ଡ୍ୟୁରାପ୍ରଟ୍ ପ୍ରଲେପ ବାହାର କରିଥିଲୋ ପରେ ଏହାକୁ କରୋନାଭୂତାଣୁ ସାର୍ସ–କୋଭ୍–୨ ପାଇଁ ତାହାକୁ ବିଜ୍ଞାନାଗାରରେ ପରୀକ୍ଷା ନିରୀକ୍ଷା କରିଥିଲୋ ସେଥିରୁ ଆଶାତୀତ ସଫଳତା ମିଳିବା ପରେ ତାହାକୁ ମାସ୍କ୍ରେ ଲଗାଇବା ପାଇଁ ସେମାନେ ଉତ୍ସାହିତ ହୋଇପଡି଼ଥିଲେ ବୋଲି ରିନ୍ତି କହିଛନ୍ତିା ବର୍ତ୍ତମାନ ଏହି ଡ୍ୟୁରାପ୍ରଟ୍ ଜ୍ଞାନକୌଶଳକୁ ବ୍ୟବହାର କରିବା ପାଇଁ ମୁମ୍ବାଇ ସ୍ଥିତ ମୀମାଂସା କମ୍ପାନିକୁ ଅନୁମତି ମିଳିିଛିା ତେବେ ଏହି ପ୍ରଲେପଯୁକ୍ତ କପଡା଼କୁ ଦେଶ ବାହାରେ କୌଣସି ବିଜ୍ଞାନାଗାରରେ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ପଠାଯାଇଛି ଏବଂ ଆଗାମୀ ସପ୍ତାହକ ଭିତରେ ଫଳାଫଳ ଆସିଯିବ ବୋଲି ମୀମାଂସାର ପ୍ରତିଷ୍ଠାତା ପ୍ରିୟାଙ୍କା ବାପନା ଆଶାବାଦୀ ଥିବା କହିଛନ୍ତିା

ସମ୍ବନ୍ଧିତ ଖବର