ଆଇଆଇଟିର ଶସ୍ତା କୋଭିଡ୍ ପରୀକ୍ଷଣ କିଟ୍: ମାତ୍ର ୬୦୦ ଟଙ୍କା ଓ ୨୦ ମିନିଟ୍‌ରେ ନମୁନା ପରୀକ୍ଷା

ହାଇଦ୍ରାବାଦ: ଆଇଆଇଟି ହାଇଦ୍ରାବାଦର ଗବେଷକମାନେ ଏକ ଶସ୍ତା କୋଭିଡ୍–୧୯ ପରୀକ୍ଷଣ କିଟ୍ ବିକଶିତ କରିଛନ୍ତି ଯାହା ସାହାଯ୍ୟରେ ମାତ୍ର ୨୦ ମିନିଟ୍ ଭିତରେ କରୋନାଭୂତାଣୁର ଉପସ୍ଥିତି ଜାଣିହେବ ବୋଲି କୁହାଯାଇଛିା ଏମିତି ବଜାରରେ ଉପଲବ୍ଧ ବିଦେଶୀ ପରୀକ୍ଷଣ କିଟ୍ ଦ୍ବାରା ଜଣକର ନମୁନା ପରୀକ୍ଷଣ ପାଇଁ ସାଢେ଼ ୪ ହଜାର ଟଙ୍କା ପଡୁଥିବା ବେଳେ ଏହି ଆଇଆଇଟି କିଟ୍‌ ପାଇଁ ମାତ୍ର ୬୦୦ ଟଙ୍କା ଖର୍ଚ୍ଚ ହେଉଛିା ଏପରିକି ଦ୍ରୁତ ତଥା ବିକ୍ଷିପ୍ତ ନମୁନା ପରୀକ୍ଷଣ ପାଇଁ ଏହାର ସାମୂହିକ ବିନିଯୋଗ କରାଗଲେ ନିର୍ମାଣ ଖର୍ଚ୍ଚ ଆହୁରି ସାଢେ଼ ତିନିଶହ ଟଙ୍କା କମିଯିବ ବୋଲି ଏଥିରେ ଜଡି଼ତ ଆଇଆଇଟିର ଗବେଷକମାନେ ଦାବି କରିଛନ୍ତିା

ମାତ୍ର ସପ୍ତାହକ ଭିତରେ ବିକଶିତ ଏ ପ୍ରକାର ଶସ୍ତା ସରଞ୍ଜାମର ଗୁଣବତ୍ତା ପରୀକ୍ଷା ପାଇଁ ଏହାକୁ ପୁଣେ ସ୍ଥିତ ଜାତୀୟ ଜୈବ ପ୍ରତିଷ୍ଠାନ ଓ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରକୁ ପଠାଯାଇଛିା ସେହିପରି ହାଇଦ୍ରାବାଦ ଆଇଆଇଟିର ଗବେଷକମାନଙ୍କ ଦ୍ବାରା ମଧ୍ୟ ଆଉ ଦୁଇ ପ୍ରକାର ଉନ୍ନତ କିଟ୍ ପ୍ରସ୍ତୁତି ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିଛି ଯାହାର ଫଳାଫଳ ଆସିବାକୁ ଆହୁରି ତିନିରୁ ଛଅ ମାସ ଲାଗିିପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର