ଆନ୍ଦୋଳନରତ କୃଷକଙ୍କ ଦୁଃଖ ସହି ପାରିଲେ ନାହିଁ, ସିଙ୍ଗୁ ସୀମାରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଶିଖ ଧର୍ମପ୍ରଚାରକ

ନୂଆଦିଲ୍ଲୀ:  ବୁଧବାର ଦିନ ଦିଲ୍ଲୀର ସିଙ୍ଗୁ ସୀମାରେ ହରିୟାଣାର କର୍ଣ୍ଣଲ ଅଂଚଳର ଜଣେ ଶିଖ  ଧର୍ମପ୍ରଚାରକ ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଏହାର ପ୍ରତିବାଦରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି କି ନୂତନ କୃଷି ଆଇନର  ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ସେ ଆତ୍ମହତ୍ୟା କରୁଛନ୍ତି।

ମୃତକ ସନ୍ଥ ବାବା ରାମ ସିଂ ହରିୟାଣା ଏବଂ ପଞ୍ଜାବରେ ଜଣେ ଜଣାଶୁଣା ଶିଖ ଧର୍ମପ୍ରଚାରକ ଥିଲେ। ସେ ହରିୟାଣା ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ସମେତ ଅନେକ ଶିଖ ସଂଗଠନରେ ବିଭିନ୍ନ ପଦବଦବୀରେ ଥିଲେ |

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୬୫ ବର୍ଷୀୟ ଏହି ଶିଖ ପୁରୋହିତ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ସୁଇସାଇଡ୍  ନୋଟରେ ବାବା ରାମ ସିଂ ଲେଖିଛନ୍ତି ଯେ ଚାଷୀଙ୍କ ଦୁଃଖ ଏବଂ ‘ସରକାରଙ୍କ ଅତ୍ୟାଚାର’ ଦେଖି ସେ ଅତ୍ୟନ୍ତ ମର୍ମାହତ ।

ରାସ୍ତାରେ ପଡ଼ି ରହିଥିବା ଚାଷୀ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ କରୁଥିବା ବେଳେ ବହୁ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସରକାର ସେମାନଙ୍କୁ ନ୍ୟାୟ ଦେଉ ନ ଥିବାରୁ ମୁଁ ଦୁଃଖିତ। ଏହା ଏକ ଅପରାଧ । ଅତ୍ୟାଚାର କରିବା ପାପ ଏବଂ ଚାଷୀଙ୍କୁ ନ୍ୟାୟ ଦେବା ଲାଗି କେହି କିଛି କରୁ ନଥିବା ବେଳେ ମୁଁ ଏହାର ପ୍ରତିବାଦରେ ଆତ୍ମଦାନ କରୁଛି।

ସମ୍ବନ୍ଧିତ ଖବର