ଇସ୍ତାନବୁଲ : ତୁର୍କୀ ଓ ସିରିଆ ସୀମାରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଭୂକମ୍ପର ବିପର୍ଯ୍ୟୟ ମଧ୍ୟରେ ସିରିଆରୁ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । କେବଳ ତୁର୍କୀରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୫୫୦୦ରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଛି। ସେହିପରି ସିରିଆରେ ବି ୧୬୦୦ ଜଣ ମୃତ୍ୟୁବରଣ କରିଛନ୍ତି । ସିରିଆ ଉପରାଷ୍ଟ୍ରପତି ନଜାହ ଅଲ-ଅତ୍ତାର କହିଛନ୍ତି ଯେ ଭଗ୍ନାବଶେଷ ତଳେ ଲୋକଙ୍କୁ ଖୋଜୁଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ । ଉଦ୍ଧାର କାମ ଚାଲିଥିବାବେଳେ ଏପରି ଏକ ଘଟଣା ଘଟିଛି ଯାହାର ଭିଡିଓ ସମଗ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଓ ତାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।
It's devastation and heart wrenching in Turkey and Syria.
This young girl and her brother are trapped under the rubble in Syria. You can see the girl placing a protective on her brother.
The kids are maintaining a conversation with the rescue team. pic.twitter.com/anPon3wugL
— Abdulahi Adan (@AbdulahiAdan10) February 7, 2023
ଏହି ସମୟରେ ନିରୀହ ଶିଶୁଟି ନିଜ ଉଦ୍ଧାର କର୍ତ୍ତାମାନଙ୍କୁ ଏପରି କିଛି କଥା କହିଲା ଯାହାକୁ ଶୁଣି ସେମାନେ ବି କାନ୍ଦିପକାଇଥିଲେ । ଭାଇରାଲ ଭିଡିଓରେ ଭଗ୍ନାବଶେଷରେ ପୋତି ହୋଇ ଯାଇଥିବା ଶିଶୁଟି କହୁଛି, ଦୟାକରି ମୋ ଜୀବନ ବଞ୍ଚାନ୍ତୁ, ମୋତେ ବାହାର କରି ଦିଅନ୍ତୁ, ମୁଁ ତୁମର ଚାକର ହେବି । ଏହାର ଜବାବରେ ଉଦ୍ଧାରକର୍ତ୍ତା କହୁଛନ୍ତି ଯେ ତୁ ଚିନ୍ତା କରନାହିଁ, ତୋ ପାଇଁ କଣ୍ଢେଇ ରଖିଛୁ, ସବୁ କିଛି ଠିକ ହୋଇଯିବ । ସୂଚନାଯୋଗ୍ୟ ଏହି ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫୧୦୦ ଟପିଯାଇଛି ।