ମୁୁଁ ନିଜେ ମୋର ଉତ୍ତରାଧିକାରୀ ସଂପର୍କରେ ନିଷ୍ପତ୍ତି ନେବି : ଦଲାଇଲାମା 

ନୂଆଦିଲ୍ଲୀ : ପରବର୍ତ୍ତି ଦଲାଇଲାମା କିଏ ହେବ ତାହା ବର୍ତ୍ତମାନର ଦଲାଇଲାମା  ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛି ଧର୍ମଶାଳାରେ ଥିବା ଦଲାଇଲାମାଙ୍କ କାର୍ଯ୍ୟାଳୟ । ନିକଟରେ ଚୀନ ପକ୍ଷରୁ କୁହାଯାଇଥିଲା ଯେ ପରବର୍ତ୍ତି ଦଲାଇଲାମା ଚୀନରେ ହିଁ ବଛାଯିବ ଓ ଚୀନ ସରକାର ହିଁ ଏହାକୁ ମଂଜୁରୀ ଦେବେ । ଏଥିରେ ଭାରତର ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ଓ ଏହା ଦ୍ୱାରା ଦ୍ୱିପାକ୍ଷିକ  ସଂପର୍କ ପ୍ରଭାବିତ ହେବ ବୋଲି ଚୀନ ପକ୍ଷରୁ କୁହାଯାଇଥିଲା ।

ଚୀନର ଏହି ବକ୍ତବ୍ୟ ପରେ ଧର୍ମଶାଳରେ ଥିବା ଦଲାଇଲାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି । ଏଥିରେ କୁହାଯାଇଛି ଯେ ଦଲାଇଲାମାଙ୍କ ଉତ୍ତାରାଧିକାରୀ କିଏ ହେବ, ଅଥବା କେହି ରହିବେ ନାହିଁ ତାହା ବର୍ତ୍ତମାନର ଦଲାଇଲାମା (୧୪ଶ ଦଲାଇଲାମା)ଙ୍କ ବ୍ୟକ୍ତିଗତ ଅଧିକାର । ୨୦୧୧ରେ ଦଲାଇଲାମା ଘୋଷଣା କରିଥିଲେ ଯେ ପରବର୍ତ୍ତି ଦଲାଇଲାମା ବଛାଯିବ ନା ନାହିଁ ତାହା  ସେ ସ୍ଥିର କରିବେ । ଏ ନେଇ କୌଣସି ଅନ୍ୟ ରାଷ୍ଟ୍ରର ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।

ସମ୍ବନ୍ଧିତ ଖବର