ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ର ଜଣେ ମାଆ ଗତ ସପ୍ତାହରେ ନିଜ ଝିଅର ହେବାକୁ ଥିବା ସ୍ବାମୀ ସହ ଘର ଛାଡ଼ି ପଳାଇବା ପରେ ଚର୍ଚ୍ଚାରେ ଆସିଥିଲେ। ବିବାହର ଦଶ ଦିନ ପୂର୍ବରୁ ସେ ତାଙ୍କ ଝିଅର ଭାବି ସ୍ବାମୀଙ୍କ ସହ ପଳାଇବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। 

Advertisment

ଅଭିଯୁକ୍ତା ସ୍ବପ୍ନା ଆଜି ଏକ ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କ ପରିବାର ସହ କାହିଁକି ବିଶ୍ୱାସଘାତକତା କରିଛନ୍ତି ସେ ବିଷୟରେ ବି କହିଛନ୍ତି। 

ସେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ମଦ୍ୟପାନ କରି ମାରୁଥିଲେ ଏବଂ ତାଙ୍କ ଝିଅ ମଧ୍ୟ ତାଙ୍କ ସହିତ ବାରମ୍ବାର ଝଗଡ଼ା କରୁଥିଲେ। ଯେଉଁଥିପାଇଁ ସେ କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଇଥିଲେ।

"ଯାହା ବି ହେଉ ମୁଁ ରାହୁଲଙ୍କ ସହିତ ରହିବି," ବୋଲି ସପ୍ନା କହିଛନ୍ତି। ପୁଲିସ ମାମଲାରେ ଜଡିତ ହେବା ପରେ ସେ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। "ମୁଁ ତାଙ୍କୁ ବିବାହ କରିବି ଏବଂ ତାଙ୍କ ସହିତ ରହିବି ବୋଲି," ସ୍ବପ୍ନର ପୁଣି ଥରେ କହିଛନ୍ତି।

ସ୍ବପ୍ନା ଏବଂ ରାହୁଲ କୁମାର ଡାଡୋନ୍ ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା। ସେମାନେ ଏପ୍ରିଲ ୬ ତାରିଖରେ ପଳାଇ ଯାଇଥିଲେ। ଯାହା ଉଭୟଙ୍କ ପରିବାରକୁ ଚକିତ କରି ଦେଇଥିଲା। ସପ୍ନାଙ୍କ ସ୍ୱାମୀ ଜିତେନ୍ଦ୍ର କୁମାର କହିଥିଲେ ଯେ ତାଙ୍କ ସ୍ତ୍ରୀ ପ୍ରତିଦିନ ରାହୁଲଙ୍କ ସହିତ ଘଣ୍ଟା ଘଣ୍ଟା କଥା ହେଉଥିଲେ।

ସ୍ବପ୍ନା ତାଙ୍କ ପରିବାରର ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଯେ ସେ ଲକ୍ଷ ଲକ୍ଷ ଟଙ୍କା ଏବଂ ଅଳଙ୍କାର ନେଇ ପଳାଇଛନ୍ତି। "ମୁଁ ଯିବା ସମୟରେ ମୋ ସହିତ କେବଳ ଗୋଟିଏ ମୋବାଇଲ୍ ଏବଂ ୨୦୦ ଟଙ୍କା ନେଇ ଯାଇଥିଲି’’ ବୋଲି ସେ ପୁଲିସ୍‌କୁ କହିଛନ୍ତି।