ବେଙ୍ଗାଲୁରୁ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା ସସପେନ୍ସକୁ ଶେଷ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା । ସେ ସ୍ପଷ୍ଟ କରି କହିଛନ୍ତି "ହଁ, ମୁଁ ମୁଖ୍ୟମନ୍ତ୍ରୀ ରହିବି। ଏଥିରେ କୌଣସି ସନ୍ଦେହ ଅଛି?"

Advertisment

ସିଦ୍ଧାରମୈୟାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପି ଓ ଜେଡିଏସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ରହିଛି, ହୁଏତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଏହାର ପ୍ରତିକ୍ରିୟାରେ ସିଦ୍ଧରାମେୟା କହିଛନ୍ତି ଯେ ‘ସେମାନେ କଣ କଂଗ୍ରେସର ହାଇକମାଣ୍ଡ ?’

ସିଦ୍ଧାରମୈୟାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବିଜେପି ଓ ଜେଡିଏସ ପକ୍ଷରୁ ଅଭିଯୋଗ କରାଯାଉଛି ଯେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ମତଭେଦ ରହିଛି, ହୁଏତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।

ଏହା ପୂର୍ବରୁ ମଧ୍ୟ ସେ ଶିବକୁମାରଙ୍କ ସହ ମତଭେଦ ଖବରକୁ ଅସ୍ବୀକାର କରିଥିଲେ । ସେ କହିଥିଲେ ଯେ ଶିବକୁମାରଙ୍କ ସହ ତାଙ୍କ ସଂପର୍କ ଭଲ ଅଛି ଓ ଦଳରେ ଏକତା ରହିଛି । ସରକାର ସଂପୂର୍ଣ୍ଣ ୫ ବର୍ଷ ପର୍ଯ୍ୟନ୍ତ ଏକ ପଥର ପରି ମଝବୁତ ରହିବ । 

ସେହିପରି ଉପମୁଖ୍ୟମନ୍ତ୍ରୀ ଶିବକୁମାର ମଧ୍ୟ ଦଳ ଭିତରେ କୌଣସି ମତଭେଦ ଓ ବିବାଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ସେ ନିଜେ କଂଗ୍ରେସ ହାଇକମାଣ୍ଡର ନିଷ୍ପତ୍ତିକୁ ସମର୍ଥନ କରନ୍ତି ବୋଲି କହିଛନ୍ତି ।