ବେଆଇନ ଅସ୍ତ୍ର କାରଖାନା ଠାବ, ୫ ଗିରଫ

କୋଲକାତା : ବର୍ଦ୍ଧମାନ ଜିଲ୍ଲାର କୁଲ୍‌ଟି ଅଞ୍ଚଳରେ ଏକ ବେଆଇନ ଅସ୍ତ୍ର ତିଆରି କାରଖାନାରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ପ୍ରେସିଡେନ୍ସି ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ କୋଲକାତା ପୁଲିସର ସ୍ବତନ୍ତ୍ର କାର୍ଯ୍ୟ ବଳ (ଏସ୍‌ଟିଏଫ୍‌) କୁଲ୍‌ଟି ଥାନା ଅନ୍ତର୍ଗତ ନିୟାମତପୁରରେ ଶୁକ୍ରବାର ଏକ ବେଆଇନ ଅସ୍ତ୍ର ତିଆରି କାରଖାନା ଉପରେ ଚଢ଼ଉ ହୋଇଥିଲା। ସେଠାରୁ ଅନେକଗୁଡ଼ିଏ ଅର୍ଦ୍ଧନିର୍ମିତ ବନ୍ଧୁକ, ପିସ୍ତଲ, ମୋବାଇଲ ଓ ଚାରି ଚକିଆ ଯାନ ଜବତ କରାଯାଇଥିଲା। ଏଠାରେ କାମ କରୁଥିବା ୫ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା। ଗିରଫମାନେ ଝାଡ଼ଖଣ୍ଡ ଧାନବାଦ ଜିଲ୍ଲାର ବାସିନ୍ଦା। ସେମାନେ ବେଆଇନ ଭାବେ ଅସ୍ତ୍ର ତିଆରି ଏବଂ ଚୋରା ଚାଲାଣ କରୁଥିବା ଅନ୍ତଃରାଜ୍ୟ ଦଳର ସଦସ୍ୟ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର