ବେଆଇନ ଇଣ୍ଟରନେଟ୍‌ ଫାର୍ମାସି ରାକେଟ୍‌: ୩.୧୭ କୋଟି ଜବତ କଲା ଏନ୍‌ସିବି, ଜଣେ ଗିରଫ

ନୂଆଦିଲ୍ଲୀ : ଆମେରିକା ସମେତ ଅନ୍ୟ କେତେକ ଦେଶକୁ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ଏନ୍‌ସିବି ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ନିକଟରୁ ୩.୭୧ କୋଟି ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ବ୍ୟକ୍ତିଜଣକ ଏକ ଅନ୍ତର୍ଜାତୀୟ ବେଆଇନ ଇଣ୍ଟରନେଟ୍‌ ଫାର୍ମାସି ରୢାକେଟ୍‌ ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି। ତେଲେଙ୍ଗାନାର ଡୋମଲଗୁଡ଼ା ସହରରେ ଥିବା ଜେଆର୍‌ ଇନ୍‌ଫିନିଟି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଖୋଲି ଏଭଳି କାରବାର ଚାଲିଥିଲା। ଏନ୍‌ସିବି ହାଇଦ୍ରାବାଦ ଶାଖା ଅଧିକାରୀମାନେ ଏଠାରେ ଚଢ଼ଉ କରି ବେଆଇନ ଫାର୍ମାସୀ ଚଳାଉଥିବା ଏହି ସଂସ୍ଥାର କିଙ୍ଗପିନ୍‌କୁ ଗିରଫ କରିଥିଲେ।

ଡ୍ରଗ୍ କାରବାରରୁ ଆୟ ୩.୭୧ କୋଟି ଟଙ୍କା ନଗଦ ଅର୍ଥ, ଅନେକ ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ବେଆଇନ ଇଣ୍ଟରନେଟ୍ ଫାର୍ମାସି ଚଳାଇବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ କରାଯାଇଛି। ଏହାର କର୍ମଚାରୀମାନେ ଇମେଲ ଏବଂ ଭଏସ୍ ଓଭର ଇଣ୍ଟରନେଟ୍ କଲ୍ ମାଧ୍ୟମରେ ଆମେରିକା ଏବଂ ଅନ୍ୟ ଦେଶରେ ଗ୍ରାହକଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କ ପାଇଁ ବିଭିନ୍ନ ଡ୍ରଗ୍ସ ପଠାଉଥିଲେ। ଆକାଉଣ୍ଟ ଟ୍ରାନ୍ସଫର, କ୍ରେଡିଟ କାର୍ଡ ଏବଂ ବିଟକଏନ୍‌ରେ ଗ୍ରାହକଙ୍କ ଦ୍ବାରା ପେମେଣ୍ଟ ନିଶ୍ଚିତ ହେବା ପରେ ଜେଆର୍‌ ସଂସ୍ଥା ବେଆଇନ ଭାବେ ଡ୍ରଗ୍ସ ପଠାଉଥିଲା।

ସମ୍ବନ୍ଧିତ ଖବର