ଯୋଗୀଙ୍କ ଗ୍ୟାଙ୍ଗଷ୍ଟର, ମାଫିଆ ବିରୋଧୀ ଅଭିଯାନ, ୨ ବର୍ଷରେ ୨୬୮ କୋଟିର ବେଆଇନ ସଂପତ୍ତି ଜବତ

ଲକ୍ଷ୍ନୌ : ଉତ୍ତରପ୍ରଦେଶକୁ ମାଫିଆ ଓ ଅପରାଧମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମ ଜାରି ରହିଛି । ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ମାଫିଆ ଓ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ରାୟ ୨୬୮ କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି ।

ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ କୁମାର ଅଓ୍ବସ୍ତି କହିଛନ୍ତି ଯେ, ଗତ ୨ ବର୍ଷରେ ମାଫିଆ ଓ ଗାଙ୍ଗଷ୍ଟରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କର ୨୬୮ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ସଂପତ୍ତି ଜବତ କରିବା ବେଳେ ଯାଞ୍ଚ କରାଯାଉଛି ଯେ, ତାହା ବେଆଇନ କି ନୁହେଁ । ଯଦି କୌଣସି ସଂପତ୍ତି ବେଆଇନ ଭାବରେ ନିର୍ମାଣ ହୋଇଛି ତାହାକୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଉଛି ।

ଚଳିତ ମାସ ଆରମ୍ଭରେ ଜେଲରେ ଥିବା କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ମା’ ରବିଆ ଖାତୁନଙ୍କ ନାଁରେ ଥିବା ୩.୫ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ଜବତ କରାଯାଇଥିଲା ।

ରାଜ୍ୟ ମାଫିଆ ଓ ଅପରାଧମୁକ୍ତ ନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଚାଲିବ ବୋଲି ସେ କହିଛନ୍ତି । ଅପରାଧ ପ୍ରତି ରାଜ୍ୟ ସରକାରଙ୍କ ଶୂନ ସହନଶୀଳତା ରହିଛି । ଅପରାଧୀ ଓ ମାଫିଆମାନଙ୍କ ଦୋଷ ସାବ୍ୟସ୍ତ ହାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି ।

 

 

ସମ୍ବନ୍ଧିତ ଖବର