ଲକ୍ଷ୍ମୌ: ବେଆଇନ୍ ବାଲି ଚାଲଣ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଟିମ୍ ଶନିବାର ଉତ୍ତର ପ୍ରଦେଶ ଓ ଦିଲ୍ଲୀର ୧୨ଟି ସ୍ଥାନରେ ଚଢ଼ଉ କରିଛି। ବେଆଇନ୍ ବାଲି ଚୋରା ଚାଲାଣରେ ସିବିଆଇ ଉତ୍ତରପ୍ରଦେଶର ଲକ୍ଷ୍ମୌ, କାନପୁର, ହମିରପୁର ଓ ଜାଲୋନ୍ ସ୍ଥାନରେ ଚଢ଼ଉ କରିଥିଲା। ୧୧ଜଣ ସଦସ୍ୟ ଥିବା ସିବିଆଇ ଟିମ୍ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଲକ୍ଷ୍ମୌସ୍ଥିତ ହୁସେନଗଜର ଆଇଏଏସ୍ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ଘରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ବି. ଚନ୍ଦ୍ରକଳାଙ୍କ ଘରୁ ବିଭିନ୍ନ ଜୁରୁରୀ ଓ ଗୁରୁରତ୍ୱପୂର୍ଣ୍ଣ ଦସ୍ତାବିଜ ବି ସିବିଆଇ ଟିମ୍ ଜବତ କରିଛି।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଆଇଏଏସ୍ ଅଫିସର ବି.ଚନ୍ଦ୍ରକଳା ସକ୍ରିୟ ରହୁଥିବା ବ୍ୟକ୍ତିଙ୍କ ତାଲିକାରେ ସାମିଲ ରହିଛନ୍ତି। ୨୦୦୮ ବ୍ୟାଚର ଉତ୍ତରପ୍ରଦେଶ କାଡରର ଆଇଏଏସ୍ ବି.ଚନ୍ଦ୍ରକଳା ତେଲେଙ୍ଗାନାର ମୂଳ ନିବାସି। ଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ବୁଲନ୍ଦସହରରେ ବି.ଚନ୍ଦ୍ରକଳା ଖରାପ ବ୍ୟବହାରର ଏକ ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ସେ ଚନ୍ଦ୍ରକଳା ସର୍ବେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ।
Lucknow: Central Bureau of Investigation (CBI) raids IAS officer B Chandrakala's residence in connection with the illegal sand mining case of Uttar Pradesh. pic.twitter.com/Co6NR84kjT
— ANI UP (@ANINewsUP) January 5, 2019