ଆପଣ ଜାଣନ୍ତି କି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ବେନିୟମ୍‌? ଦେବାକୁ ପଡ଼ିବ ଜରିମାନା

ମୁମ୍ବାଇ: ଆପଣ ହୁଏତ ଅନେକ ସମୟରେ କାହା ଗାଡ଼ିରେ ଲିଫ୍ଟ ନେଇ ଗନ୍ତବ୍ୟରେ ପହଞ୍ଚିବେ। ନଚେତ କେହି ନା କେହି ଆପଣଙ୍କୁ ଲିଫ୍ଟ ମାଗିଥିବେ କେବେ। ହେଲେ ଲିଫ୍ଟ ଦେଇ କେବେ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି କି? ଏବେ ମୁମ୍ବାଇର ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ।

ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ଗାଡ଼ିରେ ୩ ଜଣ ଅଚିହ୍ନା ବ୍ୟକ୍ତିଙ୍କୁ ଲିଫ୍ଟ ଦେଇଥିବାରୁ ମୁମ୍ବାଇ ପୁଲିସ୍‌ ବ୍ୟକ୍ତିଙ୍କଠାରୁ ଚାଲାଣ କଟାଇ ଟଙ୍କା ନେଇଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ହେଉଛନ୍ତି ନୀତିନ ନ୍ୟୟାର୍‌। ସେ କହିଛନ୍ତି କି ମୁମ୍ବାଇ ପୁଲିସ୍‌ ତାଙ୍କୁ କହିଥିଲେ ଯେ କୌଣସି ଅଚିହ୍ନା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ଅନୈତିକ, ସେଥିପାଇଁ ଜରିମାନା ଦେବାକୁ ପଡ଼ିଥାଏ।

ବ୍ୟକ୍ତି ଜଣକ ନିଜ ଫେସ୍‌ବୁକ୍‌ରେ ଲେଖିଛନ୍ତି କି ‘ବନ୍ଧୁଗଣ! ମୁଁ ଏ ପୋଷ୍ଟ୍‍ ଏଥିପାଇଁ କରି ନାହିଁ ଯେ ଏହି ପୋଷ୍ଟ ଜରିଆରେ ମୁଁ ଆମ ଦେଶର ନିୟମକୁ ଅସମ୍ମାନ କରିପାରିବି। ବରଂ ଏଥିପାଇଁ କରିଛି କି ମୋ ଭଳି ଏହି ନିୟମ ଆହୁରି ଅନେକ ଲୋକ ଜାଣିନଥିବେ। ସେମାନଙ୍କ ଜାଣିବା ସକାଶେ ମୁଁ ଏହି ପୋଷ୍ଟ୍‍ କରିଛି।’

ଗତ ୧୮ ତାରିଖରେ ସେ ଏହି ସମସ୍ୟା ସାମ୍ନା କରିଥିବା ବେଳେ ସେ ଏହାକୁ ୨୨ ତାରିଖରେ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିଛନ୍ତି।

ସମ୍ବନ୍ଧିତ ଖବର