ନୂଆଦିଲ୍ଲୀ : ଓଡ଼ିଶାର ବେଆଇନ ଖଣି ଖନନ ମାମଲାରେ ରୁଲ୍ ୩୭ ଉଲ୍ଲଂଘନ ସମ୍ପର୍କୀତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାପାଇଁ ଏକ ନିରପେକ୍ଷ କମିଟି ଗଠନ ସମ୍ପର୍କରେ ଶୁଣାଣି ଚଳିତ ମାସ ୨୪ ତାରିଖରେ ହେବ। ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ଓଡ଼ିଶା ଖଣି ଦୁର୍ନୀତି ରାୟ ପ୍ରକାଶ କରି କହିଥିଲେ ରୁଲ୍ ୩୭ର ଉଲ୍ଲଂଘନ ସମ୍ପର୍କରେ ୮ ଜଣ ଖଣି ପଟ୍ଟାଦାରଙ୍କ ପାଇଁ ଉପଯୁକ୍ତ କମିଟି ଗଠନ କରାଯିବ। ଏହାର ଅଲଗା ବିଚାର ହେବ ଓ ସେମାନଙ୍କ ପକ୍ଷ ଶୁଣାଯିବ। ଏହି ୮ ଜଣ ଖଣି ଲିଜ୍ଧାରୀମାନେ ହେଲେ ଆରପି ସାଓ ଗୁଆଲି ଆଇରନ ଓର ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ ଆଇରନ ଓର ମାଇନ୍ସ, ମେସର୍ସ କେଜେଏସ୍ ଆଲୁଓ୍ଵାଲିଆ, ନୂଆଗାଁ ଆଇରନ ଓର ମାଇନ୍ସ, ଆରୟନ୍ ଓର ମାଇନ୍ସ, ମେସର୍ସ ମିଡଇଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ଲିମିଟେଡ୍, ସିଦ୍ଧମାତା ଆଇରନ ଓର ମାଇନ୍ସ, କବିତା ଅଗ୍ରଓ୍ଵାଲ କୁସୁମଡିହ ମାଙ୍ଗାନିଜ ମାଇନ୍ସ, ମାଲା ରାୟ ଆର୍ଥର୍ସ ଜଳବାରି ଆଇରନ ଓର ମାଇନ୍ସ, ସାରଦା ମାଇନ୍୍ସ ଏବଂ ଠାକୁରାଣୀ ଆଇରନ ଓର୍ ମାଇନ୍୍ସ। କିଛି ଖଣି ଲିଜ୍ଧାରୀ ମାନଙ୍କ ପକ୍ଷରୁ ସେମାନଙ୍କ ଓକିଲ ଅନୁପସ୍ଥିତ ରହିଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେବାପାଇଁ ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଅନୁରୋଧ ପରେ ମାମଲାର ଶୁଣାଣି ପାଇଁ ଅକ୍ଟୋବର ୨୪କୁ ଧାର୍ଯ୍ୟ କରାଯାଇଛି। ଅପରପକ୍ଷେ ଆଜି ଏହି ମାମଲାରେ ଆବେଦନକାରୀ ‘କମନ୍ କଜ’ ସଂସ୍ଥା ପକ୍ଷରୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ମଧ୍ୟବର୍ତ୍ତୀକାଳୀନ ଆବେଦନ (ଆଇଏ) ଦାଖଲ କରିଥିଲେ।
ରୁଲ୍ ୨୭ ଉଲ୍ଲଂଘନ ମାମଲାର ଶୁଣାଣି ଅକ୍ଟୋବର ୨୪ରେ
/sambad/media/post_attachments/wp-content/uploads/2017/10/download-1-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)