ବେଆଇନ ସେଲ୍‌ଟର ହୋମ୍‌ ମାମଲା: ମୁଖ୍ୟ ସଚିବଙ୍କଠାରୁ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆର୍‌ସି

ନୂଆଦିଲ୍ଲୀ : ଢେଙ୍କାନାଳ ସଦର ବ୍ଲକ୍‌ ବେଲଟିକିରି ସ୍ଥିତ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ଯୌନ ଶୋଷଣ ମାମଲାର ତଦନ୍ତ ଏବଂ ରାଜ୍ୟରେ ବେଆଇନ ସେଲ୍‌ଟର ହୋମ୍‌ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଦାବି କରି ଦାଖଲ କରାଯାଇଥିବା ପିଟିସନ୍‌କୁ ଗ୍ରହଣ କରି ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍‌ ଆଧାରରେ ଏନ୍‌ଏଚ୍‌ଆର୍‌ସି ଏହି ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର