‘ମୁଁ ଜ୍ୟୋତିଷ ନୁହେଁ ଯେ ଆଗୁଆ କହିପାରିବି’ : ବିରୋଧୀ ମେଣ୍ଟର ନେତୃତ୍ବ ନେବା ପ୍ରସଙ୍ଗରେ ମମତାଙ୍କ ଉତ୍ତର

ନୂଆଦିଲ୍ଲୀ : ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ଅନୁପସ୍ଥିତ ଥିଲେ । ତେବେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଏହି ପ୍ରସଙ୍ଗରେ କରାଯାଉଥିବା ସବୁ ଆନ୍ଦୋଳନ ସପକ୍ଷରେ ସେ ଅଛନ୍ତି ।

ସେ କହିଛନ୍ତି ଯେ ସବୁ ରାଜନୈତିକ ଦଳ ଏକାଠି ବସି (ସରକାରଙ୍କ ବିରୋଧରେ ଲଢେଇ ପାଇଁ) କିଛି ନିଷ୍ପତ୍ତି ନେବା ଆବଶ୍ୟକ । ତେବେ ସେ ବିରୋଧୀ ମେଣ୍ଟର ନେତୃତ୍ବ କରିବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଥିଲେ, ସେ ଜ୍ୟୋତିଷ ନୁହଁନ୍ତି ଯେ ଏକଥା ଆଗୁଆ କହିପାରିବେ । ସେ କେବଳ ଜଣେ ସାଧାରଣ କର୍ମୀ ଓ କର୍ମୀ ଭାବରେ ହିଁ କାମ କରିବାକୁ ଚାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦର ଅଧି୍ବେଶନ ପରେ ସେ ବିଭିନ୍ନ ଦଳର ନେତାମାନଙ୍କୁ ଭେଟିବେ । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବେ । ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ସହ କଥା ହୋଇଥିବା ମମତା କହିଛନ୍ତି ।

ସମ୍ବନ୍ଧିତ ଖବର