ପୁଣି ଇଡି ସମନକୁ ଏଡ଼େଇଗଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମୁମ୍ବାଇ : ପୁଣି ଏନଫୋର୍ସମେଣ୍ଟ୍ ଡାଇରୋକ୍ଟରେଟ୍ ବା ଇଡିର ସମନକୁ ଏଡ଼େଇ ଯାଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ନିଜର ଅନୁପସ୍ଥିତି ପାଇଁ ସେ କରୋନାକୁ ଏକ କାରଣ ଭାବେ ଦର୍ଶାଇଛନ୍ତି ।
ଇଡିକୁ ଏକ ପତ୍ର ଲେଖି ସେ କହିଛନ୍ତି, କରୋନା ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେ ଯୋଗ ଦେଇପାରିବେ ନାହିଁ । ତାଙ୍କର ବୟସ ୭୨ ବର୍ଷ ହୋଇଗଲାଣି ଏ ସେ ମଧୁମେହ, ହୃଦରୋଗ ପରି ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି । ଏଣୁ ସେ ବାହାରକୁ ବାହାରିବା ସମ୍ଭବ ହେବ ନାହିଁ । ତେବେ କେବଳ ଭିଡିଓ ବା ଅଡିଓ ମାଧ୍ୟମରେ ଜେରାର ସମ୍ମୁଖୀନ ହେବାକୁ ରାଜି ଅଛନ୍ତି ବୋଲି ସେ କହିଛନ୍ତି ।
ଦୁର୍ନୀତି ଓ ଆୟବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ସପ୍ତାହରେ ଅନୀଲଙ୍କ ନାଗପୁରସ୍ଥିତ ଘରେ ଇଡି ଚଢଉ ହୋଇଥିବାବେଳେ ବ୍ୟକ୍ତିଗତଭାବେ ହାଜର ହେବାକୁ ତାଙ୍କୁ ସମନ କରାଯାଇଥିଲା । ତେବେ ସେ କିଛି ଅଧିକ ସମୟ ମାଗିଥିଲେ । ଏହା ପରେ ଇଡି ପକ୍ଷରୁ ଆଜି (ମଙ୍ଗଳବାର) ହାଜର ହେବାକୁ ତାଙ୍କୁ ନୋଟିସ ପଠାଯାଇଥିଲା । ମାତ୍ର ଆଜିର ସମନକୁ ମଧ୍ୟ ସେ ଏଡ଼େଇଯାଇଛନ୍ତି ।
ବେଆଇନ ଚାନ୍ଦା ଆଦାୟ ମାମଲାରେ ଗତ ୨୬ ତାରିଖ ଦିନ ଇଡି ଅନୀଲଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ପାଲାଣ୍ଡେ ଓ ବ୍ୟକ୍ତିଗତ ସହାୟକ ସୁନ୍ଦନ ସିନ୍ଧେଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର