ୟୁଏନ୍‌ଏଚ୍‌ଆର୍‌ସିରେ ୪୭ ସଦସ୍ୟ, ୫୮ ସଦସ୍ୟଙ୍କ ସମର୍ଥନ ଦାବି କରି ସମାଲୋଚିତ ହେଲେ ଇମ୍ରାନ

ନୂଆଦିଲ୍ଲୀ : ୟୁଏନ୍‌ଏଚଆରସିରେ ପାକିସ୍ତାନ ଦ୍ବାରା ଜମ୍ମୁ କଶ୍ମୀରରେ ମାନବ ଅଧିକାର ସ୍ଥିତି ସଂକ୍ରାନ୍ତ ଦାଖଲ କରାଯାଇଥିବା ରିପୋର୍ଟକୁ ୫୮ଟି ଦେଶ ଦ୍ବାରା ସମର୍ଥନ କରାଯାଇଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦାବି ଏବେ ହାସ୍ୟାସ୍ପଦ ସାବ୍ୟସ୍ତ ହୋଇଛି। ଇମ୍ରାନ ୫୮ ରାଷ୍ଟ୍ରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଟ୍ବିଟ୍‌ କରିବା ପରେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଜାତିସଂଘ ମାନବାଧିକାର ପରିଷଦରେ ମୋଟ ୪୭ ରାଷ୍ଟ୍ର ଥିବା ବେଳେ ଇମ୍ରାନ ୫୮ ରାଷ୍ଟ୍ରଙ୍କ ସମର୍ଥନ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରାଯାଉଛି। ପାକିସ୍ତାନ ପକ୍ଷରୁ ଇମ୍ରାନଙ୍କ ଟ୍ବିଟ୍‌କୁ ବିଦେଶ ବିଭାଗ ୱେବସାଇଟ୍‌ରେ ମଧ୍ୟ ପୋଷ୍ଟ୍‌ କରାଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର