ସାଧାରଣତନ୍ତ୍ର ଦିବସରେ ଭାଷଣକୁ ପଢ଼ିପାରିଲେ ନାହିଁ କମଳନାଥଙ୍କ ଏହି ମନ୍ତ୍ରୀ, ଜିଲ୍ଲାପାଳ ପଢ଼ିବେ କହି ଚାଲିଆସିଲେ

ଗ୍ଵାଲିୟର: ଶନିବାର ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଝଲକ ଦେଖିବାକୁ ମିଳିଛି । ରାଜ୍ୟର କଂଗ୍ରେସ ସରକାରର ମନ୍ତ୍ରୀ ଇମର୍ତ୍ତି ଦେବୀ ଗ୍ଵାଲିୟରରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ । ପତାକା ଉତ୍ତୋଳନ ପରେ ଯେତେବେଳେ ଭାଷଣ ଦେବାର ସମୟ ଆସିଗଲା ସେତେବେଳେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ ପରେ ଇମର୍ତ୍ତି ଦେବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିବାର ଥିଲା, କିନ୍ତୁ ସେ ମାତ୍ର ୨ରୁ୩ ଲାଇନ ପଢିବା ପରେ ଅଟକି ଯାଇଥିଲେ । ଆଉ ପଢ଼ି ପାରି ନଥିଲେ। କିଛି ସମୟରେ ପରେ ସଭାରେ ପାଖରେ ଥିବା ଜିଲ୍ଲାପାଳଙ୍କୁ ଇସାରା କରି ମାଇକ୍‌ରେ କହିଥିଲେ, ଏହି ଭାଷଣକୁ ଏବେ କଲେକ୍ଟର ସାହେବ ପଢିବେ । ଏହି ଘଟଣାପରେ ସେଠାରେ ଏକ ହାସ୍ୟରୋଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଇମର୍ତ୍ତି ଦେବୀଙ୍କ ଏହି କଥା ଶୁଣିବା ପରେ ଜିଲ୍ଲାପାଳ ବି ବସିଥିବା ଚୌକିରୁ ଉଠି ମୁଖ୍ୟମନ୍ତ୍ରୀଙ୍କ ବର୍ତ୍ତା ଥିବା ଭାଷଣକୁ ପୂରା କରି ପଢ଼ିଥିଲେ।

 

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମଧ୍ୟପ୍ରଦେଶର ମନ୍ତ୍ରୀ ଇମର୍ତ୍ତି ଦେବୀ ସଫେଇ ଦେଇ କହିଛନ୍ତି, ସେ ଦୁଇଦିନ ହେଲା ଅସୁସ୍ଥ ଥିଲେ। ବିଶ୍ୱାସ ନହେଲେ ଡାକ୍ତରଙ୍କୁ ପଚାରି ପାରିବେ। ଏବେ ସୁସ୍ଥ ସେ ସୁସ୍ଥ ଅଛନ୍ତି।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ଭାଷଣଟି ବୋଧହୁଏ ଇଂରାଜୀରେ ଲେଖାହୋଇଥିଲା ଯେଉଁଥିପାଇଁ ଇମର୍ତ୍ତି ଦେବୀ ଆଉ ପଢିପାରି ନଥିଲେ । ଅଥବା ଯଦିଚ ହିନ୍ଦୀରେ ଲେଖାହୋଇଥିଲା ତେବେ ମନ୍ତ୍ରୀ ମହାଶୟାଙ୍କର ବୋଧହୁଏ ହିନ୍ଦୀ ଭାଷା ଉପରେ ସ୍ୱତନ୍ତ୍ର ଦଖଲ ନଥିଲା । ଯେଉଁଥିପାଇଁ ସେ ସର୍ବସାଧାରଣ ସମ୍ମୁଖରେ ଖୁଲମଖୁଲା କହିଦେଲେ ଯେ ସେ ଆଉ ଭାଷଣ ପଢି ପାରିବେ ନାହିଁ।

କୁହାଯାଉଛି କି, ଏହା ପୂର୍ବରୁ ବି ଇମର୍ତ୍ତି ଦେବୀ ଏକ ଶପଥ ପାଠ ସମୟରେ ସମ୍ପୂର୍ଣ୍ଣ ଭାବେ ଶପଥ ପଢ଼ି ପାରି ନଥିଲେ। କମଳନାଥ ସରକାରରେ ଇମର୍ତ୍ତି ଦେବୀଙ୍କୁ ମନ୍ତ୍ରୀ କରାଯାଇଥିଲା, ମନ୍ତ୍ରୀ ହେବା ପରେ ଯେତେବେଳେ ଶପଥ ନେବାର ସମୟ ଆସିଥିଲା ସେ ଶପଥ ପାଠ ନକରି ଏପରି ଅଟକି ଯାଇଥିଲେ।

ସମ୍ବନ୍ଧିତ ଖବର