ବୋକାମି କହି ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରକୁ ସମାଲୋଚନା କଲେ ଇଂଲଣ୍ଡ୍‌ର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌

ଲଣ୍ଡନ୍‌: ୨୦ ବର୍ଷ ପୂର୍ବେ ୯/୧୧ଆକ୍ରମଣ ପରେ ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିବା ପୂର୍ବତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର୍‌ କହିଛନ୍ତି ଯେ, ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି ସମଗ୍ର ବିଶ୍ବର ପ୍ରତ୍ୟେକ ଜିହାଦୀ ସଙ୍ଗଠନକୁ ଆନନ୍ଦିତ କରିଛି।

‘ଚିରକାଳ ପାଇଁ ଯୁଦ୍ଧର ଅବସାନ ଘଟାଇବା’ ଭଳି ଏକ ନିର୍ବୋଧ ରାଜେନୈତିକ ‘ସ୍ଲୋଗାନ୍‌’ ପ୍ରତି ବାଧିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ମଧ୍ୟ ବ୍ଲେୟାର୍‌ ଦାୟୀ କରିଛନ୍ତି।

ବିଳମ୍ବିତ ଶନିବାରେ ତାଙ୍କ ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ ହୋଇଥିବା ଏକ ଦୀର୍ଘ ନିବନ୍ଧରେ ‘ଲେବର୍‌ ପାର୍ଟି’ର ପୂର୍ବତନ ନେତା ବ୍ଲେୟାର୍‌ କହିଛନ୍ତି, ହଠାତ୍ ଏବଂ ଅବ୍ୟବସ୍ଥିତ ଭାବେ ସୈନ୍ୟ ପ୍ରତ୍ୟାହାର, ଜୀବନଯାପନ ମାନରେ ଉନ୍ନତି ଏବଂ ନାରୀଶିକ୍ଷା ସମେତ ଗତ ଦୁଇ ଦଶନ୍ଧିରେ ଆଫଗାନିସ୍ତାନରେ ଯାହା ସବୁ ହାସଲ କରାଯାଇଥିଲା, ତାଲିବାନ୍‌ମାନେ ପୁନଃକ୍ଷମତାସୀନ ହେବା ଯୋଗୁଁ ସେ ସବୁ ବିପଦଗ୍ରସ୍ତ ହେଲା।

Image Courtesy of USNews.com

୧୯୯୭ ରୁ ୨୦୦୭ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିବା ଟୋନି ଆହୁରି ମଧ୍ୟ କହିଛନ୍ତି, ଆଫଗାନିସ୍ତାନ ଏବଂ ତା’ର ଜନତାଙ୍କୁ ପରିତ୍ୟାଗ କରିବା ହେଉଛି, କାରୁଣ୍ୟ, ବିପଜ୍ଜନକ ଏବଂ ଅକାରଣ। ଏଥିରେ ସେମାନଙ୍କର ସ୍ବାର୍ଥ ରକ୍ଷା ହୋଇ ପାରିଲା ନାହିଁ କି, ଆମର ସ୍ବାର୍ଥ ମଧ୍ୟ ରକ୍ଷା କରାଯାଇ ପାରିଲା ନାହିଁ।

‘ପଶ୍ଚିମ’ (ବିଶ୍ବର ପାଶ୍ଚାତ୍ୟ ଦେଶ) ଏବେ କାହାକୁ ସମର୍ଥନ କରୁଛି ସେ ସଂକ୍ରାନ୍ତରେ ବିଶ୍ବ ଅନିଶ୍ଚିତ। ଏହାର କାରଣ ହେଲା, ଆଫଗାନିସ୍ତାନରୁ ଏଭଳି ଭାବେ ସୈନ୍ୟ ପ୍ରତ୍ୟାହାର ରଣନୀତି ନୁହେଁ, ରାଜନୀତି ଯୋଗୁଁ କରାଯାଇଛି।

ସମ୍ବନ୍ଧିତ ଖବର