ବନ୍ୟା ନିୟନ୍ତ୍ରଣ ପାଇଁ ନୂଆ ଟେକନଲୋଜୀର ବିକାଶ କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଏ ବର୍ଷ ଆମ ଦେଶର ବିଭିନ୍ନ ଅଂଚଳରେ ପ୍ରବଳ ବୃଷ୍ଟିପାତ ହୋଇଛି । ଏହା ଫଳରେ କେରଳ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ପରି ରାଜ୍ୟରେ ବନ୍ୟା ହୋଇଛି । ଜଳବାୟୁରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଫଳରେ ଆଗକୁ ନିୟମିତ ଭାବେ ଏପରି ବୃଷ୍ଟିପାତ, ବନ୍ୟା ବାତ୍ୟା ଆଦି ହେବ । ଏ ବର୍ଷ କେରଳରେ ପ୍ରବଳ ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରିବେଶ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକାରର ଟେକନଲୋଜୀର ବିକାଶ କରାଯାଇଛି । ଏହି ଟେକନଲୋଜୀ ଦ୍ୱାରା ବୃଷ୍ଟିପାତର ପ୍ରଭାବ ଓ ଜଳସ୍ତର ବୃଦ୍ଧିକୁ ଆକଳନ କରାଯାଇପାରିବ ଓ ଆଗୁଆ ବନ୍ୟା ସଂପର୍କରେ ପୂର୍ବାନୁମାନ କରିହେବ । ଏହାକୁ କୁହାଯାଉଛି ଇମ୍ପାକ୍ଟ ବେସଡ ଫୋରକାଷ୍ଟିଂ ଆପ୍ରୋଚ । ଏ ସଂପର୍କରେ ଆଇଏମଡି ମୁଖ୍ୟ କେଜେ ରମେଶ କହିଛନ୍ତି ଯେ ଏହି ଟେକନଲୋଜୀକୁ ବ୍ୟବହାର କରି ଆମେ ଏକ ଜଳ ଭଣ୍ଡାରରେ ଜଳ ଛଡାଯିବ କି ନା ସେ ସମ୍ପର୍କରେ ଆଗୁଆ ନିଷ୍ପତ୍ତି ନେଇପାରିବୁ ।

ସମ୍ବନ୍ଧିତ ଖବର