ଇଡୁକି: କେରଳର ଇଡୁକି ଜିଲ୍ଲାରେ ଅଗଷ୍ଟ ୭ରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ପ୍ରାୟ ୭୦-୮୪ଲୋକ ବସବାସ କରୁଥିବା ବେଳେ ଏବେ ଘଟଣାର ୩ଦିନ ପରେ ୪୩ଜଣଙ୍କର ମୃତଦେହ ମିଳିଛି | ପ୍ରଥମେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ମୃତ୍ୟୁ ସଂଖ୍ୟା ବଢି ୨୪ରେ ପହଞ୍ଚିଥିଲା | ଶନିବାର ୬ଜଣଙ୍କ ମୃତ ଦେହ ମିଳିବ ପରେ ମୃତ୍ୟୁ ସଂଖ୍ୟା ୨୪ ରେ ପହଞ୍ଚିଥିଲା | ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନଥିବା ନେଇ କୁହାଯାଉଥିଲା। ଏବେ ୩ଦିନ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୪୩ରେ ପହଞ୍ଚିଥିବା ଜଣା ପଡ଼ିଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।
/sambad/media/post_attachments/wp-content/uploads/2020/08/keral-aa.jpg)
ସୂଚନା ମୁତାବକ, ଶୁକ୍ରବାର ଭୋର୍ ସମୟରେ ଏହି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। ଇଡୁକିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଏହା ମୁନ୍ନାର୍ ହିଲ୍ ରିସୋର୍ଟ୍ଠାରୁ ପ୍ରାୟ ୨୫ କିମି ଦୂର। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ସେମାନେ ନିଜ ଜୀବନ ବଞ୍ଚାଇ ପାରିନଥିଲେ। ଜିଲ୍ଲାପାଳ ଏଚ୍ ଦିନେଶାନ୍ଙ୍କ କହିବା ଅନୁଯାୟୀ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଥିଲା।